ବେଙ୍ଗାଲୁରୁ:ବେଙ୍ଗାଲୁରୁରୁ ଗିରଫ ହେଲେ ବେଆଇନ ଭାବେ ଉତ୍ତର ପ୍ରଦେଶ ଯୁବକଙ୍କୁ ବିବାହ କରି ରୁହଥିବା ପାକିସ୍ତାନୀ ଯୁବତୀ । ନେପାଳ ଦେଇ ଭାରତ ସୀମା ପାର ହେବା ପରେ ବେଙ୍ଗାଲୁରୁରେ ରହୁଥିବା ଜଣେ ପାକିସ୍ତାନୀ ଯୁବତୀଙ୍କୁ ସ୍ଥାନୀୟ ପୋଲିସ ଆଜି(ସୋମବାର) ଗିରଫ କରିବାରେ ସଫଳ ହୋଇଛି । ଗିରଫ ପରେ ପ୍ରାଥମିକ ଜେରା ପରେ ତାଙ୍କୁ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ(FRO) କର୍ତ୍ତୃପକ୍ଷଙ୍କୁ ବେଙ୍ଗାଲୁରୁ ପୋଲିସ ହସ୍ତାନ୍ତର କିରଛି । ଏହି 19 ବର୍ଷୀୟା ପାକିସ୍ତାନୀ ଯୁବତୀ ଇକ୍ରା ଜିୱାନୀ ଓ ସେ 26 ବର୍ଷୀୟ ଉତ୍ତର ପ୍ରଦେଶର ମୁଲାୟମ ସିଂଙ୍କୁ ବିବାହ କରିଥିବା ପ୍ରାଥମିକ ଜେରା ପରେ ପୋଲିସ କହିଛି । ତେବେ ଉଭୟ କିଛି ମାସ ହେବ କୌଣସି କାଗଜପତ୍ର ବିନା ବେଙ୍ଗାଲୁରୁରେ ରହି ଆସୁଥିଲେ ।
ପୋଲିସର ସୂଚନା ଅନୁସାରେ, ପାକିସ୍ତାନୀ ନାଗରିକ ଇକ୍ରା ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲା । ପରେ ତାର ଉତ୍ତର ପ୍ରଦେଶର ମୁଲାୟମ ସିଂଙ୍କ ସହ ସାକ୍ଷାତ ହୋଇଥିଲା । ପରେ ପ୍ରେମ ସମ୍ପର୍କ ଗଢି ଉଠିବା ସହ ଉଭୟ ବିବାହ ମଧ୍ୟ କିରଥିଲେ । ମୁଲାୟମ ସିଂ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ । ସେ ସେଠାରେ ଇକ୍ରାଙ୍କୁ ମଧ୍ୟ ନେଇ ରଖିଥିଲେ ।