ଓଡିଶା

odisha

ETV Bharat / bharat

ପଞ୍ଜାବ ଗୁରୁଦାସପୁର ସୀମାରେ ଉଡିଲା ପାକ୍ ଡ୍ରୋନ - ଡ୍ରୋନ

ପଞ୍ଜାବ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଛି । ଅଧିକ ପଢନ୍ତୁ

ପଞ୍ଜାବ ଗୁରୁଦାସପୁର ସୀମାରେ ଉଡିଲା ପାକ୍ ଡ୍ରୋନ
ପଞ୍ଜାବ ଗୁରୁଦାସପୁର ସୀମାରେ ଉଡିଲା ପାକ୍ ଡ୍ରୋନ

By

Published : Sep 12, 2022, 11:24 AM IST

ନୂଆଦିଲ୍ଲୀ:ଭାରତ ଆକାଶରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍‌ । ପଞ୍ଜାବ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଛି । ଆଜି (ସୋମବାର) ସକାଳ ପ୍ରାୟ 5ଟାରେ ଡ୍ରୋନଟିକୁ ଠାବ କରାଯାଇଥିଲା । ବିଏସଏଫ ଜବାନ ଏହା ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ବିଏସଏଫ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।

ବିଏସଏଫ ରୋଜା ପୋଷ୍ଟ ବିଓପି 89 ବାଟାଲିୟନ ଅଞ୍ଚଳରେ ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଥିଲା । ଏହାପରେ ବିଏସଏଫ ଯବାନ ଡ୍ରୋନ ଉପରକୁ ଅନେକ ରାଉଣ୍ଡ ଗୁଳି ଚଲାଇଥିଲେ । ଯବାନଙ୍କ ଗୁଳି ଚାଳନାରେ ଡ୍ରୋନଟି ପାକିସ୍ତାନ ଆଡକୁ ଚାଲିଯାଇଥିଲା । ଏହାପରେ ବିଏସଏଫ ଓ ପୋଲିସଙ୍କ ମିଳିତ ଅପରେସନ ଜାରି ରହିଛି । ଭାରତ ଆକାଶରେ ପାକ୍ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ ବାରମ୍ବାର ଏହିପରି କାଣ୍ଡ କରୁଛି ପାକିସ୍ତାନ । ଶେଷଥ ପାଇଁ ଜୁଲାଇ 23ରେ ଜମ୍ମୁ ଅଖନୂର ସେକ୍ଟରରେ ଡ୍ରୋନ୍‌ ଉଡୁଥିବାର ଦେଖିବାକୁ ମିଳିଥିଲା । ସୀମା ସୁରକ୍ଷା ବଳ(BSF) ଯବାନ ଏହା ଉପରେ ଗୁଳିମାଡ କରିଥିଲେ ।

ଏହା ପୂର୍ବରୁ ମଇ 29ରେ ଜମ୍ମୁ କଶ୍ମୀର କାଠୁଆ ଜିଲ୍ଲାରେ ଭାରତ ସୀମାରେ ପଶିଥିବା ପେଲୋଡ ଲାଗିଥିବା ଡ୍ରୋନକୁ ଗୁଳି କରି ଖସାଇଥିଲା ପୋଲିସ । ପାକର ଏକ ବଡ ଧରଣର ଯୋଜନା ପଣ୍ଡ ହୋଇଥିଲା । ଏପ୍ରିଲ 29ରେ ପଞ୍ଜାବର ତରନତାରନର ବିଓପି ବାବା ପିର ଅଞ୍ଚଳରେ ପାକ୍ ଡ୍ରୋନ ଠାବ ହୋଇଥିଲା ।

ଏହା ବି ପଢନ୍ତୁ...ଆଜି ସୁପ୍ରିମକୋର୍ଟରେ 200ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି

ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶକୁ କ୍ଷତି ପହଞ୍ଚାଉଛି । ଯାହା ଫଳରେ ଭାରତରେ ସ୍ମଗଲରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଡ୍ରୋନ ଗୁଡିକ ଭାରତରେ ଚଳପ୍ରଚଳ କରିବା ଦ୍ବାରା ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।

ABOUT THE AUTHOR

...view details