ଓଡିଶା

odisha

ETV Bharat / bharat

ଭାରତ ସୀମାରେ ପାକ୍ ଡ୍ରୋନ, ଗୁଳି କରି ଖସାଇଲା BSF - Pakistani drone spotted in punjab

ପଞ୍ଜାବ ଫିରୋଜପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଛି । ବିଏସଏଫ ଯବାନ ଏହାକୁ ଗୁଳି କରି ଖସାଇଛନ୍ତି (Pakistani drone shot down )। ଅଧିକ ପଢନ୍ତୁ

pakistani drone shot down by bsf
ପଞ୍ଜାବ ଫିରୋଜପୁର ସୀମାରେ ପାକ୍ ଡ୍ରୋନ୍କୁ ଖସାଇଲା ବିଏସଫ

By

Published : Dec 22, 2022, 10:31 AM IST

ଚଣ୍ଡିଗଡ: ଭାରତ ଆକାଶରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍‌ । ପାକ୍ ଯୋଜନାକୁ ପଣ୍ଡ ଭାରତୀୟ ସୁରକ୍ଷାବଳ କରିଛି । ପଞ୍ଜାବ ଫିରୋଜପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଛି । ଆଜି (ଗୁରୁବାର) ସକାଳ ପ୍ରାୟ 8ଟାରେ ଡ୍ରୋନଟିକୁ ଠାବ କରାଯାଇଥିଲା । ବିଏସଏଫ ଯବାନ ଏହା ଉପରକୁ ଗୁଳି ଚଳାଇଥିଲେ ( Pakistani drone shot down )। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ବିଏସଏଫ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।

ଭାରତ ସୀମାରେ ପାକିସ୍ତାନ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ । ଲଗାତାର ପାକ ଏପରି କାର୍ଯ୍ୟକଳାପ କରୁଛି । ଏହା ପୂର୍ବରୁ ବୁଧବାର ଅମୃତସର ଜିଲ୍ଲାରେ ପାକିସ୍ତାନ ପଟୁ ଭାରତ ସୀମାକୁ ପଶି ଆସିଥିବା ଏକ ଡ୍ରୋନକୁ ଖସାଇଥିଲେ ଭାରତୀୟ ସୁରକ୍ଷାବଳ । ସୂଚନା ଅନୁସାରେ ସୀମା ସୁରକ୍ଷାବଳ ଗତ କିଛି ଦିନ ପାକିସ୍ତାନ ସୀମା ପାଖରେ ଏକ ଡ୍ରୋନକୁ ଆସୁଥିବାର ଦେଖିଥିଲେ । ଏହାପରେ ଉକ୍ତ ଡ୍ରୋନ ଉପରେ ଗୁଳି ଚଳାଇଥିଲେ । ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ପୂର୍ବ ମାସରେ ସୀମା ସୁରକ୍ଷା ବଳ ଜଣେ ମହିଳା 3.1 କିଲୋଗ୍ରାମ ନିଶାଦ୍ରବ୍ୟ ସହିତ ପାକିସ୍ତାନରୁ ପଞ୍ଜାବର ଅମୃତସର ଜିଲ୍ଲା ସୀମାର ଏକ ଡ୍ରୋନ ପ୍ରବେଶ କରିଥିଲା । ଯାହାକୁ ସୁରକ୍ଷାବଳ ଗୁଳି କରି ଖାସାଇଥିଲେ । ମାଦକ ଦ୍ରବ୍ୟ ତସ୍କରୀ ଯୋଜନାକୁ ପଣ୍ଡ କରିଥିଲା । ଅଧିକାରୀଙ୍କ ସୂଚନାଅନୁସାରେ, ବିଏସଏଫ କର୍ମୀ ରାତିରେ ଅମୃତସର ସହରରେ ପାଖାପାଖି 40 କିଲୋମିଟର ଉତ୍ତରରେ ଥିବା ଚାହରପୁର ଗାଁ ପାଖରେ ଏକ ଡ୍ରୋନ ପ୍ରବେଶ କରୁଥିବାର ଦେଖିବାକୁ ପାଇଥିଲେ । 73 ବାଟାଲିୟନର 2 ମହିଳା କନଷ୍ଟେବଳ ଡ୍ରୋନକୁ 25 ରାଉଣ୍ଡ ଗୁଳି ଚଳାଇଥିଲେ । ସର୍ଚ୍ଚ ଅପରେସନ ଦ୍ବାରା ମାନବବାହୀ ଯନ୍ତ୍ର କିଛି ବାଟରେ ପଡିଥିବା ଦେଖିବାକୁ ମିଳିଥିଲା । 18 କିଲୋଗ୍ରାମ ଓଜନ ଡ୍ରୋନରେ 3.11 କିଲୋଗ୍ରାମ ନିଶାଦ୍ରବ୍ୟ ରଖାଯାଇଥିଲା । ଏକ ଧଳା ରଙ୍ଗର ପଲିଥିନରେ ପ୍ୟାକ କରି ରଖାଯାଇଥିଲା ।

ଏହା ବି ପଢନ୍ତୁ...ଦେଶକୁ ନୂଆ ଭାରିଆଣ୍ଟ ଭୟ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶକୁ କ୍ଷତି ପହଞ୍ଚାଉଛି । ଯାହା ଫଳରେ ଭାରତରେ ସ୍ମଗଲରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଡ୍ରୋନ ଗୁଡିକ ଭାରତରେ ଚଳପ୍ରଚଳ କରିବା ଦ୍ବାରା ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।

ABOUT THE AUTHOR

...view details