ଜୟପୁର:ଅନଲାଇନରେ ହୋଇଥିଲା ବିବାହ । ଭିସା ନମିଳିବାରୁ ଶ୍ବଶୁର ଘରକୁ ଆସିପାରିଲାନି କନ୍ୟା । ବିବାହର 4 ମାସ ପରେ ପାକିସ୍ତାନର ଓ୍ବାଘା ବର୍ଡର ଦେଇ ଯୋଧପୁରରେ ପହଞ୍ଚିଛି କନ୍ୟା । କନ୍ୟାକୁ ଦେଖି ଖୁସିରେ ବିଭୋର ବର ପକ୍ଷ । ବରକୁ ଦେଖିବାକୁ ଯୋଧପୁରକୁ ଆସୁଛନ୍ତି ପାକିସ୍ତାନ ବାସିନ୍ଦା । ଗତ ଜାନୁଆରୀ 2 ତାରିଖରେ ଅନଲାଇନରେ ଭିଡିଓ କନଫରେସିଂ ଜରିଆରେ ପାକିସ୍ତାନୀ କନ୍ୟାଙ୍କ ସହ ଯୋଧପୁର ବରଙ୍କ ବିବାହ ହୋଇଥିଲା ।
ବରଙ୍କ ଜେଜେବାପା କହିଛନ୍ତି, ''ଭିସା ନମିଳିବାରୁ ପାକିସ୍ତାନ କନ୍ୟାଙ୍କୁ ଭାରତକୁ ଆଣିବାରେ ବିଳମ୍ବ ହୋଇଥିଲା । ବର୍ତ୍ତମାନ କନ୍ୟା ଭାରତରେ ପହଞ୍ଚି ବହୁତ ଖୁସି ଅଛି । ପାକିସ୍ତାନୀ ଝିଅ ଏବେ ଭାରତର ବୋହୂ ହୋଇଛି । ଦିନେ ମୁଁ ପାକିସ୍ତାନ ଯାଇଥିଲି । ସେଠାରେ ବର୍ତ୍ତମାନ ଭାରତର ବୋହୂ ହୋଇଥିବା ଫତିମା ମୋର ବହୁତ ସେବା କରିଥିଲା । ତେଣୁ ମୋ ନାତି ସହ ତାର ବାହାଘର କରିବାକୁ ନିଷ୍ପତ୍ତି ନେଇଥିଲି । ଧୁମଧାମରେ ବାହାଘର କରିବାକୁ ଆମ ପାଖରେ ଟଙ୍କା ନଥିଲା । ତେଣୁ ଅନଲାଇନ ଭିଡିଓ କନଫରେସିଂ ଜରିଆରେ ଆମେ ପାକିସ୍ତାନୀ ଯୁବତୀଙ୍କ ସହ ମୋ ନାତିରେ ବିବାହ କରାଇଥିଲୁ । ବିବାହ ପରେ କନ୍ୟାକୁ ଭାରତକୁ ଆଣିବାକୁ ବହୁ ଚେଷ୍ଟା କରିଥିଲୁ । କିନ୍ତୁ ଭିସା ନମିଳିବାରୁ ବିଳମ୍ବ ହୋଇଥିଲା । ''
ଏହା ମଧ୍ୟ ପଢନ୍ତୁ-ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା ନିଷ୍ଠୁରତା