ମୁମ୍ବାଇ:ପୁଣେରେ PFI ର ଆନ୍ଦୋଳନବେଳେ ଶୁଣିବାକୁ ମିଳିଲା 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ (Pakistan Zindabad slogans in india in PFI Protest)। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଶୁକ୍ରବାର PFI ପକ୍ଷରୁ ଏକ ଆନ୍ଦୋଳନ କରାଯାଇଥିଲା (PFI Protest in pune)।
ଏଥିରେ ଶତାଧିକ PFI କର୍ମୀ ସାମିଲ ହୋଇଥିଲେ । ବର୍ତ୍ତମାନ ଜାରି ରହିଥିବା CBI, ଇଡି ଓ ଏନଆଇଏ କାର୍ଯ୍ୟାନୁଷ୍ଠାନକୁ ଉଦ୍ଦେଶ୍ୟମୂଳକ ଦର୍ଶାଇ ନାରାବାଜି କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ । ପରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଥାନାକୁ ଉଠାଇ ନେଇଥିଲା । ଥାନାକୁ ଉଠାଇ ନେବା ବେଳେ ପିଏଫଆଇ କର୍ମୀ ଆହ୍ଲା-ହୁ-ଅକବର ନାରା ସହ ପାକିସ୍ତାନ ଜିନ୍ଦାବାଦ ନାରା ମଧ୍ୟ ଦେଇଥିବା ଶୁଣିବାକୁ ମିଳିଥିଲା ।