ଓଡିଶା

odisha

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜବାବ ଦେଲା ଭାରତୀୟ ସେନା

By

Published : Jan 10, 2021, 10:36 PM IST

ପୁଣି ବଦମାସୀ କଲା ପାକିସ୍ତାନ । ରଜୋରୀ, ପୁଞ୍ଚ ଓ କଠୁଆରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ । ଅଧିକ ପଢନ୍ତୁ....

Pakistan violates ceasefire along LoC and International Border in Jammu and Kashmir
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜବାବ ଦେଲା ଭାରତୀୟ ସେନା

ଶ୍ରୀନଗର:ପୁଣି ବଦମାସୀ କଲା ପାକିସ୍ତାନ । ଏଲଓସି ଉପରେ ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଂଘନ । ରବିବାର ଦିନ ଜମ୍ମୁ କାଶ୍ମୀର ରଜୋରୀ, ପୁଞ୍ଚ ଓ କଠୁଆରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ତେବେ, ଏଥିରେ କୈଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

ଅପରାହ୍ନ 3ଟା ସମୟରେ ରଜୋରୀର ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା । ଏହାସହ ଗ୍ରେନେଡ ମାଡ ମଧ୍ୟ କରାଯାଇଥିଲା । ଯାହାର ଦୃଢ ଜବାବ ଦେଇଥିଲେ ଭାରତୀୟ ସେନା । ସେହିପରି ପୁଞ୍ଚର ବାଲାକୋଟ, ଡିଗଓ୍ବାର ଓ କିରନିରେ ମଧ୍ୟ ପାକିସ୍ତାନୀ ସେନା ମଧ୍ୟ ମୋର୍ଟାର ଚଳାଇଥିଲେ । ପାକିସ୍ତାନୀ ରେଞ୍ଜର୍ସ ମଧ୍ୟ କାଥୁଆ ଜିଲ୍ଲାର ହିରାନଗର ସେକ୍ଟରରେ ଥିବା ଆଇବି କୂଳରେ ଥିବା ଗୁର୍ନମ ବର୍ଡର ଆଉଟପୋଷ୍ଟ ଅଞ୍ଚଳରେ ଗୁଳି ବିନିମୟ କରିଥିଲେ। ଯାହାର ପ୍ରତି ଜବାବ ଦେଇଥିଲା ଭାରତୀୟ ସେନା ।

ଗତକିଛି ଦିନ ଏହି ସମସ୍ତ ଅଞ୍ଚଳରୁ ପ୍ରତିଦିନ ଆତଙ୍କୀ ନିପାତ ଯୋଜନା ଜାରି ରଖିଛି ସେନା । ଶାନ୍ତି ଫେରାଇ ଆଣିବା ସହ ଆତ୍ମସମର୍ପଣ କରିବାକୁ ଆହ୍ବାନ ଜାରି ରଖିଛି । କିନ୍ତୁ ସେପଟେ ନିଜର ଖଳ ବୁଦ୍ଧିକୁ ବଜାୟ ରଖିଛି ପଡୋଶୀ ପାକିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details