ଶ୍ରୀନଗର: ଭାରତ-ପାକିସ୍ତାନ ସୀମାରେ ଡ୍ରୋନ୍ ଯୋଗେ ଜମ୍ମୁକୁ ଜୁଲାଇ 23 ତାରିଖରେ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED)କୁ ପଠାଯାଇଛି । ଜମ୍ମୁର ଏକ ଜନଗହଳିପୂର୍ଣ୍ଣ ବଜାରରେ କିଛି ଧମାକା ପାଇଁ ଏହା କରାଯାଇଥିଲା । ତେବେ ଏଥିରୁ ଜଣାପଡୁଛି ଫେବୃଆରୀ ଅସ୍ତ୍ରବିରତି ଚୁକ୍ତି ସତ୍ତ୍ବେ ପାକିସ୍ତାନ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଡ୍ରୋନ ମାଧ୍ୟମରେ ଯୋଗାଉଛି ବୋଲି ଜମ୍ମୁ-କାଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ ରବିବାର କହିଛନ୍ତି ।
ପୋଲିସ ତଥା ଅନ୍ୟ ସୁରକ୍ଷା ଏଜେନ୍ସିମାନେ ଆତଙ୍କବାଦୀ ସଙ୍ଗଠନର କିଛି ଓଭର ଗ୍ରାଉଣ୍ଟ କର୍ମୀ(OGWs)ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଲଶ୍କର-ଇ-ତୋଇବା(LeT) ଓ ଜୈଶ-ଇ-ମହମ୍ମଦ(JeM) ଭଳି ଆତଙ୍କବାଦୀ ସଙ୍ଗଠନ ନିକଟରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ପରିମାଣ କମିଯାଇଛି । ଏଥିଲାଗି ଆତଙ୍କବାଦୀଙ୍କ ଦାବି ଅନୁଯାୟୀ ପାକିସ୍ତାନ ଡ୍ରୋନ ମାଧ୍ୟମରେ ଜମ୍ମୁରେ ଥିବା ଆତଙ୍କବାଦୀଙ୍କ ନିକଟକୁ ଡ୍ରୋନ ପଠାଉଛି ବୋଲି ୧୯୮୭ ମସିହାର ଏହି IPS ଅଫିସର କହିଛନ୍ତି ।