ଓଡିଶା

odisha

ETV Bharat / bharat

ହଠାତ୍ ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ (Pakistan PM Shehbaz Sharif thanks PM Narendra Modi )। ବନ୍ୟା କ୍ଷୟକ୍ଷତି ନେଇ ଦୁଖଃ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ମୋଦି । ବନ୍ୟାରେ ପ୍ରଭାବିତ ହୋଇଛନ୍ତି ଏକ ସତାଂଶ ପାକିସ୍ତାନୀ । ଏବେବି ସ୍ଥିତି ଗମ୍ଭୀର । ଅଧିକ ପଢନ୍ତୁ

ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଧନ୍ୟବାଦ, ବନ୍ୟା କ୍ଷୟକ୍ଷତିରେ ସମବେଦନା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି
ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଧନ୍ୟବାଦ, ବନ୍ୟା କ୍ଷୟକ୍ଷତିରେ ସମବେଦନା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି

By

Published : Aug 31, 2022, 10:00 PM IST

ନୂଆଦିଲ୍ଲୀ:ପାକିସ୍ତାନରେ ଦେଖିବାକୁ ମିଳିଥିବା ପ୍ରବଳ ବନ୍ୟାରେ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମବଦନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ । ସରିଫ ଆଜି ଟ୍ବିଟ କରି ମୋଦିଙ୍କୁ ଏହି ଧନ୍ୟବାଦ ଜଣାଇଛନ୍ତି (Pakistan PM Shehbaz Sharif thanks PM Narendra Modi) । ପାକିସ୍ତାନରେ ଲୋକଙ୍କ ପାଖରେ ବିପଦକୁ ସହ୍ୟ କରିବାର କ୍ଷମତା ରହିଛି । ସେମାନେ ଏହି ପ୍ରାକୃତିକ ବିପର୍ଯ୍ୟର ସାମ୍ନା କରିବେ ଓ ଏହି ପ୍ରତିକୂଳ ସ୍ଥିତିରେ ମଧ୍ୟ ଛିଡା ହୋଇ ପୁଣି ଥରେ ପାକିସ୍ତାନକୁ ଗଠନ କରିବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ।


ପାକିସ୍ତାନରେ ପ୍ରବଳ ବନ୍ୟା ସ୍ଥିତି ଲାଗିରହିଛି । ସମଗ୍ର ପାକିସ୍ତାନର ପ୍ରାୟ ଅଧା ଅଞ୍ଚଳ ଏହି ବ୍ୟାପକ ବନ୍ୟାରେ ପ୍ରଭାବିତ ହୋଇଛି । ଏଥିରେ ବ୍ୟାପକ ଧନଜୀବନ ମଧ୍ୟ କ୍ଷୟକ୍ଷତି ହୋଇଛି । ଏବେ ସ୍ଥିତି ଧିରେ ଧିରେ ସୁଧାର ଆସୁଥିବା ବେଳେ ମୃତାହତଙ୍କ ସଂଖ୍ୟା ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସାରା ଦେଶର ବିଭିନ୍ନ ଭାଗରେ ମୋଟ ମୃତ୍ୟୁ ସଂଖ୍ୟା ପ୍ରାୟ 11ଶହ ବୋଲି ମଧ୍ୟ ଗଣମାଧ୍ୟମରେ ଖବର ପ୍ରାସାରିତ ହୋଇଛି । ପ୍ରକୃତ ସଂଖ୍ୟା ଏହା ଠାରୁ ମଧ୍ୟ ଆହୁରି ଅଧିକ ହୋଇପାରେ ବୋଲି ଅନୁମାନ କାରଯାଉଛି ।

ସେହିପରି ବନ୍ୟାରେ ପ୍ରାୟ ପାକିସ୍ତାନର ମୋଟ ଲୋକସଂଖ୍ୟାର ପ୍ରାୟ ଏକ ସତାଶଂ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ପ୍ରାୟ 33 ମିଲୟନ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ପଡିଛି । ଏବେ ମଧ୍ୟ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ପାରିନାହିଁ । ବିସ୍ଥାପିତ ଲୋକେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ରେସ୍କ୍ୟୁ ଅପରେସନ ଓ ରିଲିଫ ଯୋଗାଣ ପ୍ରକ୍ରିୟ ଜାରି ରହିଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନରେ ହୋଇଥିବା ବନ୍ୟା ଓ ଧନଜୀବନ କ୍ଷୟକ୍ଷତି ନେଇ ଦୁଖଃ ପ୍ରକାଶ କରିବା ସହ ସମବେଦନା ମଧ୍ୟ ଜଣାଇଥିଲେ । ଆଜି ତାଙ୍କ ପ୍ରତିପକ୍ଷଙ୍କ ଠାରୁ ପ୍ରତିକ୍ରିୟା ଆସିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ପ୍ରଧାନମନ୍ତ୍ରୀ (Pakistan PM Shehbaz Sharif) ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ପାକୃତିକ ବିପର୍ଯ୍ୟୟରେ ପାକିସ୍ତାନ ମୁକାବିଲା କରି ପୁଣି ଛିଡା ହେବା ନେଇ ମଧ୍ୟ ଆଶା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details