ଓଡିଶା

odisha

ଆଜି ଦେଶକୁ ସମ୍ବୋଧିତ କରିବେ ଇମ୍ରାନ

By

Published : Mar 31, 2022, 9:49 PM IST

ଆଜି ଦେଶକୁ ସମ୍ବୋଧିତ କରିବେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେପଟେ 3 ତାରିଖ ଯାଏଁ ମୁଲତବୀ ରହିଲା ସଂସଦ । ଝୁଲୁଛି ଇମ୍ରାନଙ୍କ ଭାଗ୍ୟ । ଅଧିକ ପଢନ୍ତୁ

ଦେଶକୁ ସମ୍ବୋଧିତ କରିବେ ଇମ୍ରାନ
ଦେଶକୁ ସମ୍ବୋଧିତ କରିବେ ଇମ୍ରାନ

ଇସଲାମାବାଦ:ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗତକାଲି ତାଙ୍କର ସମ୍ବୋଧନ କାର୍ଯ୍ୟକ୍ରମ ବାତିଲ କରାଯାଇଥିବାବେଳେ ଏହା ପୁଣି ଥରେ ହେବା ନେଇ ସ୍ଥିର କରାଯାଇଛି । ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଇମ୍ରାନଙ୍କ ସମ୍ବୋଧନ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।

କ୍ଷମତା ବଜାୟ ରଖିବା ପାଇଁ ସମସ୍ତ କାର୍ଡ ଖେଳି ମଧ୍ୟ ବିଫଳ ହେବାକୁ ନଜର ଆସୁଥିବା ଇମ୍ରାନ ଏବେ ତାଙ୍କୁ ଗାଦିରୁ ହଟାଇବା ନେଇ ବିଦେଶୀ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ଆଣିଛନ୍ତି । ଇମ୍ରାନ କ୍ୟାବିନେଟ ସହଯୋଗୀ, ବରିଷ୍ଠ ସାମ୍ବାଦିକ ଓ ଗଣମାଧ୍ୟକୁ ଅବଗତ କରି କହିଛନ୍ତି ଯେ, ତାଙ୍କୁ କ୍ଷମତାରୁ ହଟାଇବା ନେଇ ବିଦେଶରୁ ଷଡଯନ୍ତ୍ର ଜାରିରହିଛି । ଏହା ଦର୍ଶାଇ ସେ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଥିବା ଜଣାପଡିଛି ।

ଆଜି ସେ ସୁରକ୍ଷା କମିଟି ବୈଠକ ଡାକିଥିଲେ ସୁଦ୍ଧା ବିରୋଧୀଙ୍କ ପକ୍ଷରୁ ଏହାକୁ ବର୍ଜନ କରାଯିବା ନେଇ ମଧ୍ୟ ସ୍ପଷ୍ଟ କରାଯାଇଛି । ଏପରି ସମୟରେ ବେସ ଏକୁଟିଆ ନଜର ଆସୁୁଥିବା ଇମ୍ରାନ ସଂସଦ ଭଙ୍ଗ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଚାହୁଁଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ସଂସଦ ଭଙ୍ଗ ହେଲେ ସାରା ଦେଶରେ ପୁୁଣି ଥରେ ସାଧାରଣ ନିର୍ବାଚନ ହେବାର ସାମ୍ବିଧାନିକ ବିଧି ରହିଥିବାବେଳେ ବିରୋଧୀ ଏପରି କରିବାକୁ ଦେବେ ନାହିଁ ।

ଅନ୍ୟପଟେ ଆଜି ପରେ ପୁଣି 3 ତାରିଖ ଯାଏଁ ପାକିସ୍ତାନ ସଂସଦ ମଧ୍ୟ ମୁଲତବୀ ରହିଛି । ଏକାଧିକ ସମସ୍ୟା ଘେରରେ ନଜର ଆସୁଥିବା ଇମ୍ରାନଙ୍କ ଚାପ ବଢିବାରେ ଲାଗିଥିବା ବେଳେ ରାଜନୈତିକ ସଙ୍କଟ ମଧ୍ୟ ବଢିବାରେ ଲାଗିଛି । ନୂଆ ପ୍ରଧାନମନ୍ତ୍ରୀ ପାଇଁ ବିରୋଧୀ ସଜବାଜ ହେଉଥିବା ବେଳେ ଇମ୍ରାନ କିନ୍ତୁ କ୍ଷମତା ବଞ୍ଚାଇବା ପାଇଁ ସବୁ କାର୍ଡ ଖେଳିବାରେ ଲାଗିଛି ।

ଗତକାଲି ଇମ୍ରାନଙ୍କ ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିବାବେଳେ ହଠାତ ଏହାକୁ ସ୍ଥଗିତ ରଖାଯାଇଥିଲା । ପାକସେନା ମୁଖ୍ୟ ଜେନେରାଲ ବାଜଓ୍ବା ଓ ଗୁଇନ୍ଦା ସଂସ୍ଥା ISI ମୁଖ୍ୟଙ୍କ ପରାମର୍ଶ କ୍ରମେ ଇମ୍ରାନ ଗତକାଲି ତାଙ୍କ ସମ୍ବୋଧନ ସ୍ଥଗିତ ରଖିଥିଲେ । ତେବେ ଆଜି ଆଉ ଥରେ ପୁଣି ସମ୍ବୋଧନ କାର୍ଯ୍ୟକ୍ରମ ସ୍ଥିର ହେବା ପରେ ସମସ୍ତଙ୍କ ଅପେକ୍ଷା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details