ଓଡିଶା

odisha

ETV Bharat / bharat

ସେହେବାଜ ସରିଫ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ - ସେହେଓ୍ବାଜ ସରିଫ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ବିରୋଧୀ ଦଳ ନେତା ସେହେବାଜ ସରିଫ। ଇସ୍ତଫା ଦେଲେ ଇମ୍ରାନ ଖାନ । ପିଟିଆଇ ସଦସ୍ୟ ଭୋଟିଂ ବର୍ଜନ ସହ ଗୃହ ତ୍ୟାଗ କରିଥିବା ସୂଚନା । ବିନା ପ୍ରତିଦ୍ୱନ୍ଦ୍ୱିତାରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ସେହେବାଜ । ଅଧିକ ପଢନ୍ତୁ

ସେହେଓ୍ବାଜ ସରିଫ ପାକିସ୍ତାନ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ
ସେହେଓ୍ବାଜ ସରିଫ ପାକିସ୍ତାନ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ

By

Published : Apr 11, 2022, 5:39 PM IST

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ନିର୍ବାଚନ ନେଇ ଲାଗି ରହିଥିବା ହାଇଭୋଲଟେଜ ଡ୍ରାମାର ଅନ୍ତ ଘଟିଛି । ବିରୋଧୀ ଦଳ ନେତା ସେହେବାଜ ସରିଫ ଅପ୍ରତିଦ୍ବନ୍ଦୀ ଭାବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଇମ୍ରାନ ଖାନ ସଂସଦରୁ ଇସ୍ତଫା ଦେଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଇମ୍ରାନ ସରକାର ଅନାସ୍ଥାରେ କ୍ଷମତା ହରାଇବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନେଇ ଚର୍ଚ୍ଚା ଲାଗି ରହିଥିଲା । ବିରୋଧୀ ଦଳ ନେତା ସେହେବାଜ ସରିଫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସୁବଠୁ ଆଗରେ ଥିଲେ ।

ବିନା ପ୍ରତିଦ୍ୱନ୍ଦ୍ୱିତାରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ସେହେବାଜ । ଇମ୍ରାନ ଖାନ୍‌ଙ୍କ ପିଟିଆଇ ପାର୍ଟି ନିର୍ବାଚନରେ ଭାଗ ନେଇନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସାନ ଭାଇ ସେହେବାଜ ସରିଫ୍ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଇମ୍ରାନଙ୍କ ଦଳ ଗୃହ ତ୍ୟାଗ କରିଛନ୍ତି । ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଶାହ ମହମ୍ମଦ କ୍ୟୁରେସୀ ମଧ୍ୟ ଭୋଟିଂ ବର୍ଜନ କରିବା ସହ ଗୃହ ତ୍ୟାଗ କରିଛନ୍ତି । 16 ମିଲିଅନ ଆରବ ଦୁର୍ନୀତିରେ ଜଡିତ ବ୍ୟକ୍ତିଙ୍କ ସହ ଗୃହରେ ବସିବେ ନାହିଁ ବୋଲି କହିବା ସହ ଇମ୍ରାନ ଖାନ ଇସ୍ତଫା ଦେଇଛନ୍ତି ।


ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟିଂ ହୋଇଥିଲା । ବିରୋଧୀ ଦଳର ନେତା ସେହେଓ୍ବାଜ ସରିଫ ବିନା କୌଣସି ସମସ୍ୟା ଓ ପ୍ରତିଦ୍ବନ୍ଦିତାରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details