ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାକିସ୍ତାନ ବିରୋଧରେ ବଡ଼ ବୟାନ । ଯାହାକି ପୁରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଷ୍ଟ୍ରପତି ବାଇଡେନ (US President Biden) ବିଶ୍ବର ବିପଦଜନକ ଦେଶ ମଧ୍ୟରେ ପାକିସ୍ତାନ ଗୋଟିଏ ବୋଲି କହିଛନ୍ତି । ବିନା କୌଣସି ବୁଝାମଣାରେ ପାକିସ୍ତାନ ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଗୁରୁବାର ଡେମୋକ୍ରାଟିକ କଂଗ୍ରେସ ଅଭିଯାନ ସମିତିର ଏକ ସ୍ବାଗତ ସମାରୋହରେ ସମ୍ବୋଧିତ କରିବା ସମୟରେ ବାଇଡ଼େନ ପାକିସ୍ତାନ ସମ୍ପର୍କରେ ଏଭଳି ମନ୍ତବ୍ୟ ଦେଇଥିବା ହ୍ବାଇଟ ହାଉସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ସ୍ପଷ୍ଟ ହୋଇଛି ।
ରାଷ୍ଟ୍ରପତି ବାଇଡେନ ଲସ ଆଞ୍ଜେଲସ (କାଲିଫର୍ଣ୍ଣିଆ)ରେ ଏହି ସମାରୋହରେ ଯୋଗଦେବା ବେଳେ ଋଷ ଓ ଚୀନ ଉପରେ ମଧ୍ୟ ବର୍ଷିଛନ୍ତି । ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଓ ଏହା କିପରି ବିଶ୍ବକୁ ପ୍ରଭାବିତ କରୁଛି ସେ ସମ୍ପର୍କରେ ମଧ୍ୟ ବାଇଡେନ ଆଲୋଚନା କରିଛନ୍ତି । ପାକିସ୍ତାନ ସହିତ ଏଫ-୧୬ ଯୁଦ୍ଧ ବିମାନ ଡିଲ କରିବାର ୩ ସପ୍ତାହ ପରେ ପାକିସ୍ତାନକୁ ବିପଦଜନକ ଦେଶ ବୋଲି କହିଛନ୍ତି ବାଇଡେନ ।
ଏହା ବି ପଢନ୍ତୁ- ପାକିସ୍ତାନରେ ଛାତିଥରା ଘଟଣା, ହସ୍ପିଟାଲ ଛାତରେ ପଡିଛି 200ରୁ ଊର୍ଦ୍ଧ୍ବ ମୃତଦେହ
ଅନ୍ୟପଟେ ଗତ ସେପ୍ଟେମ୍ବର ୨୬ ତାରିଖରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଥିଲେ ଯେ ଯେଉଁ ଦେଶକୁ ମିଲିଟାରୀ ଉପକରଣର ଆବଶ୍ୟକ ହେବ ୱାଶିଂଟନ ତାହା ଯୋଗାଇଦେବାର ଦାୟିତ୍ବ ବହନ କରୁଛି । ଆମେରିକା ନିକଟରେ ଏଫ-୧୬ ବିମାନ ବହୁ ଦିନରୁ ରହି ଆସିଛି । ତେବେ ଏଗୁଡ଼ିକର ରକ୍ଷାଣବେକ୍ଷଣ ଲାଗି ଏହି ବିମାନକୁ ଦିଆଯାଇଛି । ତେବେ ଯେଉଁ ଦେଶ ମିଲିଟାରୀ ଉପକରଣ ଆବଶ୍ୟକ କରିବ ତାକୁ ୱାଶିଂଟନ ଯୋଗାଇଦେବ ।
ଅନ୍ୟପଟେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାରୁ ତାକୁ ମିଲିଟାରୀ ଉପକରଣ ନ ଦେବା ଲାଗି ଭାରତ ବିରୋଧ କରିଥିଲା । ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପାକିସ୍ତାନ ଓ ଆମେରିକାର ଏହି ଦ୍ବିପାକ୍ଷିକ ସମ୍ପର୍କ ଉପରେ ପ୍ରଶ୍ନ କରିଥିଲେ । ଏହି ସମ୍ପର୍କ ସ୍ଥାପନ କଲେ ଆମେରିକାକୁ କଣ ଫଳ ମିଳିବ ବୋଲି ସେ କହିଥିଲେ । ଜୟଶଙ୍କରଙ୍କ ଏହି ମନ୍ତବ୍ୟ ଉପରେ ସଙ୍ଗେ ସଙ୍ଗେ ପାକିସ୍ତାନ ପ୍ରତିକ୍ରିୟା ରଖିଥିଲା । ଆମେରିକା ସହିତ ପାକିସ୍ତାନର ସମ୍ପର୍କ ଦୀର୍ଘସ୍ଥାୟୀ ବୋଲି କହିଥିଲେ ପାକିସ୍ତାନର ମୁଖପାତ୍ର ।
ପାକିସ୍ତାନକୁ ମିଲିଟାରୀ ଉପକରଣ ଯୋଗାଇବା ପରେ ବାଇଡେନ ଏହାକୁ ବିପଦଜନକ ଦେଶ ବୋଲି କହିଛନ୍ତି । ଏହା ଉପରେ ମତ ରଖିଛି ପାକିସ୍ତାନ । ପାକିସ୍ତାନ ବିନା ବୁଝାମଣାରେ ପରିମାଣୁ ଅସ୍ତ୍ରଶସ୍ତ୍ର ରଖେ ନାହିଁ ବୋଲି କହିଛି ।