ନୂଆଦିଲ୍ଲୀ:ସୀମା ସୁରକ୍ଷା ବଳକୁ ସଫଳତା । ଫେଲ୍ ମାରିଲା ପାକିସ୍ତାନର ଷଡ଼ଯନ୍ତ୍ର । ସଶସ୍ତ୍ର ଅନୁପ୍ରବେଶକାରୀକୁ ନିହତ କଲେ ବିଏସ୍ଏଫ୍ ଯବାନ । ପଞ୍ଜାବରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ମଙ୍ଗଳବାର ଜଣେ ଅନୁପ୍ରବେଶକାରୀକୁ ଗୁରୁଦାସପୁରଠାରେ ଗୁଳି କରିଛନ୍ତି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ।
ସୂଚନା ଅନୁଯାୟୀ ଆଜି ସକାଳ ୮.୩୦ରେ ଗୁରୁଦାସପୁରର ସେକ୍ଟର ଚନ୍ନାର ଆଉଟପୋଷ୍ଟରେ ସୀମା ପାଖରେ ଜଣେ ସନ୍ଦିଗ୍ଧ ଅନୁପ୍ରବେଶକାରୀକୁ ସୀମା ଅତିକ୍ରମର କରିବାର ସୂଚନା ମିଳିଥିଲା । ପାଟ୍ରୋଲିଂ ଦାୟୀତ୍ବରେ ଥିବା ବିଏସ୍ଏଫ ଯବାନଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ସନ୍ଦିଗ୍ଧ ବ୍ୟକ୍ତିଜଣକ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ତାକୁ ସର୍ତକ କରିବା ପରେ ମଧ୍ୟ ସେ ନଶୁଣିବାରୁ, ନିଜ ଆତ୍ମରକ୍ଷା ପାଇଁ ଗୁଳି କରିଥିବା ସୂଚନା ଦେଇଛନ୍ତି ବିଏସ୍ଏଫ୍ ଯବାନ । ତେବେ ସନ୍ଦିଗ୍ଧ ବ୍ୟକ୍ତି ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛିନ୍ତି ବିଏସ୍ଏଫ ଯବାନ ।