ଜୟପୁର:ରାଜସ୍ଥାନ ଜୈସେଲମେର ନିକଟରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା (India Pakistan border) ଅତିକ୍ରମ ବଳେ ଜଣେ ପାକିସ୍ତାନୀ ଅନୁପ୍ରବେକାରୀକୁ ଗିରଫ କରିଛି ସୀମା ସୁରକ୍ଷା ବଳ (BSF Caught Pak Infiltrato)। ସୁରକ୍ଷା ବଳ ତାକୁ ଧରିବା ପରେ ସ୍ଥାନୀୟ ରାମଗଡ ପୋଲିସକୁ ହସ୍ତାନ୍ତର କରିଛି । ଅଭିଯୁକ୍ତକୁ ଯାଞ୍ଚ କରାଯବା ସହ ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ ।
ସୀମା ଅତିକ୍ରମ ବେଳେ ଧରା ପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ - ଧରା ପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ
ରାଜସ୍ଥାନରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ ଉଦ୍ୟମ ବେଳେ ଗିରଫ ହେଲା ପାକିସ୍ତାନୀ ଅନୁପ୍ରବେଶକାରୀ । ଗିରଫ କରି ପୋଲିସ ଜିମା ଦେଲା ସୀମା ସୁରକ୍ଷା ବଳ (BSF Caught Pak Infiltrato)। ଜାରି ରହିଛି ଜେରା । ଅଧିକ ପଢନ୍ତୁ
ସୀମା ଅତିକ୍ରମ ବେଳେ ଧରା ପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ
ଜେରାରେ ପୋଲିସକୁ ମିଳଥିବା ସୂଚନା ଅନୁସାରେ, ଉକ୍ତ ଅନୁପ୍ରବେଶକାରୀ 50 ବର୍ଷୀୟ ଅସଲାମ ଖାନ ଓ ସେ ପାକିସ୍ତାର ସିନ୍ଧ ପ୍ରଦେଶର ବାସିନ୍ଦା ବୋଲି ସ୍ବୀକାର କରିଛି । କାହିଁକି ସୀମା ଅତିକ୍ରମ କରୁଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ତଲାସିରେ କୌଣସି ମାରଣାସ୍ତ୍ର ମଧ୍ୟ ମିଳଥିବା ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଉକ୍ତ ଅଭିଯୁକ୍ତକୁ ରାମଗଡର ଜୈସେଲମେର ଅଣାଯାଇ ଅଧିକ ଜେରା କରିବ ଗୁଇନ୍ଦା ଓ ପୋଲିସର ବିଭାଗର ମିଳିତ ଟିମ । ଏହି ଘଟଣା ପରେ ସୀମାରେ ସୁରକ୍ଷା ଓ ପାଟ୍ରୋଲିଂକୁ କଡାକଡି କାରଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ