ଓଡିଶା

odisha

ETV Bharat / bharat

ପାକିସ୍ତାନ ଜେଲରେ 319 ଭାରତୀୟ ବନ୍ଦୀ - ଭାରତ ପାକିସ୍ତାନ ବିବାଦ

ପାକିସ୍ତାନ ଜେଲ ରହିଛନ୍ତି 319 ଜଣ ଭାରତୀୟ ନାଗରିକ । ସେପଟେ ଭାରତ ଜେଲରେ ଅଛନ୍ତି 340 ଜଣ ପାକିସ୍ତାନ କଏଦୀ । ଅଧିକ ପଢ଼ନ୍ତୁ...

Pakistan hand over list of Indian prisoners
ପାକିସ୍ତାନ ଜେଲରେ 319 ଭାରତୀୟ ବନ୍ଦୀ

By

Published : Jan 1, 2021, 7:06 PM IST

Updated : Jan 1, 2021, 7:21 PM IST

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ରହିଛନ୍ତି 319 ଜଣ ଭାରତୀୟ ନାଗରିକ । ଏନେଇ ପାକିସ୍ତାନ ସରକାର ଭାରତୀୟ ହାଇକମିଶନଙ୍କୁ ଏକ ତାଲିକା ଦେଇଛନ୍ତି । ପାକିସ୍ତାନ ଜେଲରେ ଥିବା 319 ଜଣ ଭାରତୀୟଙ୍କ ମଧ୍ୟରେ 270 ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ 49 ଜଣ ସାଧାରଣ ନାଗରିକ ରହିଛନ୍ତି।

ସେପଟେ କେନ୍ଦ୍ର ସରକାର ମଧ୍ୟ ଭାରତ ଜେଲରେ ଥିବା 340 ଜଣ ପାକିସ୍ତାନ କଏଦୀଙ୍କ ଏକ ତାଲିକା ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନଙ୍କୁ ପ୍ରଦାନ କରିଛନ୍ତି । ପାକିସ୍ତାନୀ କଏଦୀଙ୍କ ମଧ୍ୟରେ 263 ଜଣ ସାଧାରଣ ନାଗରିକ ରହିଥିବା ବେଳେ 77 ଜଣ ମତ୍ସ୍ୟଜୀବୀ ରହିଛନ୍ତି । 2018 ମସିହା ମେ 21 ତାରିଖରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ଦୁଇ ଦେଶ ପରସ୍ପରକୁ ଏହି ତାଲିକା ପ୍ରଦାନ କରିଛନ୍ତି ।

ଏହି ଚୁକ୍ତି ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଭାରତ ଓ ପାକିସ୍ତାନ ଜେଲରେ ଦୁଇ ଦେଶର ନାଗରିକ ସମ୍ପର୍କରେ ତଥ୍ୟ ଦେବେ । ସାଧାରଣତଃ ଜାନୁଆରୀ 1 ତାରିଖ ଓ ଜୁଲାଇ 1 ତାରିଖରେ ଉଭୟ ଦେଶ ଉଭୟଙ୍କୁ ଏହି ତଥ୍ୟ ପ୍ରଦାନ କରିଥାଆନ୍ତି ।

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦରେ ଲାଗି ରହିଥିଲେ ସୁଦ୍ଧା ପରସ୍ପରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଆସୁଛନ୍ତି । 2019ର ପୁଲୱାମା ଆକ୍ରମଣ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଦୁଇ ଦେଶ ମଧ୍ୟରେ ଏହି ଜେଲ ତଥ୍ୟର ଆଦାନପ୍ରଦାନ ବନ୍ଦ ହୋଇଥିଲା । ବର୍ତ୍ତମାନ ବି ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ମୁଖ୍ୟତଃ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ରହି ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 1, 2021, 7:21 PM IST

ABOUT THE AUTHOR

...view details