ଓଡିଶା

odisha

ETV Bharat / bharat

ଦୁଇ ଭାରତୀୟଙ୍କୁ ମୁକ୍ତ କଲା ପାକିସ୍ତାନ, ଭୁଲରେ ସୀମା ଅତିକ୍ରମ କରି ହୋଇଥିଲେ ଗିରଫ - ଓ୍ବାଘା ଅଟ୍ଟାରୀ ବର୍ଡର

ଭୁଲରେ ସୀମା ଅତିକ୍ରମ କରି ଗିରଫ ହୋଇଥିବା ଦୁଇ ଭାରତୀୟଙ୍କୁ ମୁକ୍ତ କଲା ପାକିସ୍ତାନ । ଅଧିକ ପଢନ୍ତୁ

ଦୁଇ ଭାରତୀୟଙ୍କୁ ମୁକ୍ତ କଲା ପାକିସ୍ତାନ
ଦୁଇ ଭାରତୀୟଙ୍କୁ ମୁକ୍ତ କଲା ପାକିସ୍ତାନ

By

Published : Aug 22, 2022, 10:28 PM IST

ଚଣ୍ଡିଗଡ:ଭୁଲବଶତଃ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରଥିବା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଭାରତୀୟଙ୍କୁ ମୁକ୍ତ କରିଛି ପାକିସ୍ତାନ ସରକାର (Pakistan government released two Indian prisoners)। ଆଜି ପାକିସ୍ତାନ ରେଞ୍ଜର୍ସ ଭାରତୀୟ ସୀମା ସୁରକ୍ଷାବଳକୁ ଏହି ଦୁଇ ଭାରତୀୟଙ୍କୁ ପ୍ରତ୍ୟାର୍ପଣ କରିଛି ।

ପଞ୍ଜାବ ଅମୃତସର ସ୍ଥିତ ଭାରତ ପାକିସ୍ତାନ ସୀମା ଅନ୍ତର୍ଜାତୀୟ ଓ୍ବାଘା-ଅଟ୍ଟାରୀ (Attari Wagah border)ପୋଷ୍ଟରେ ଏହି ପ୍ରତ୍ୟାର୍ପଣ କାର୍ଯ୍ୟକ୍ରମ ଶେଷ ହୋଇଛି । ଦୁଇ ଭାରତୀୟ ପାକିସ୍ତାନରୁ ଫେରିବା ପରେ ଏବେ ସୀମା ସୁରକ୍ଷାବଳର ହେପାଜତରେ ରହିଛନ୍ତି । ପରେ ସେମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କାରଯିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁକ୍ତ ହୋଇଥିବା ଏହି ଦୁଇ ଭାରତୀୟଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସ୍ପଷ୍ଟ କରିନାହିଁ BSF ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details