ହାଇଦ୍ରାବାଦ:କେରଳରେ ବିରଳ ଅସ୍ତ୍ରୋପଚାର ଫଳରେ ନୂଆ ଜୀବନ ପାଇଲା ପାକିସ୍ତାନୀ ଶିଶୁ । କେରଳର କୋଝିକୋଡେର ଏକ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି । ପାକିସ୍ତାନ ଏବଂ ୟୁଏଇର ଡାକ୍ତରମାନେ ଆଶା ଛାଡିଦେବା ପରେ ଜଣେ 2 ବର୍ଷୀୟ ପାକିସ୍ତାନୀ ବାଳକ କୋଝିକୋଡେ ସ୍ଥିତ ଏକ ହସ୍ପିଟାଲରେ ବିରଳ (marrow replacement surgery) ଅସ୍ତ୍ରୋପଚାର ଦ୍ୱାରା ଜୀବନ ଫେରିପାଇଛି ।
ପାକିସ୍ତାନର ବାଲୁଚିସ୍ତାନର ମୂଳ ବାସିନ୍ଦା ଜଲାଲ ଏବଂ ସାଧୁରୀଙ୍କ 2 ବର୍ଷୀୟ ଶିଶୁ ପୁତ୍ର ସୈଫ ଜାଲାଲ ବିରଳ ରୋଗରେ ପୀଡିତ ଥିଲେ । ସେଠାକାର ଡାକ୍ତରମାନେ ଏହି ରୋଗର ଉପଶମ ହୋଇପାରିବ ନାହିଁ ବୋଲି ଦମ୍ପତିଙ୍କୁ ସ୍ପଷ୍ଟ କରିଥିଲେ । ପାକିସ୍ତାନର ଅନେକ ହସ୍ପିଟାଲ ଏବଂ ପରେ ୟୁଏଇ ନେଇଥିଲେ ଦମ୍ପତି । ସେଠାରେ କେମୋଥେରାପି ସହିତ ଚିକିତ୍ସା କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ପରେ ଶିଶୁଟି ଅକ୍ସିଜେନ ସପୋର୍ଟରେ ରହିଥିଲା ।