ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନରେବିସ୍ଫୋରଣରେ ଘଟିି 4 ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇବା ସହ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ବାଲୁଚିସ୍ତାନରେ ବାର୍ଷିକ ସିବି ମେଳା ଅନୁଷ୍ଠିତ ହେଉଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ସୁରକ୍ଷାକର୍ମୀ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନୀୟ ସାଧାରଣ ନାଗରିକ ମଧ୍ୟ ରହିଛନ୍ତି ।
ପାକିସ୍ତାନର ଆତଙ୍କବାଦ ନିରୋଧୀ ବିଭାଗର ବରିଷ୍ଠ ଅଧିକାରୀ ହାଫିଜ ରିନ୍ଦ କହିଛନ୍ତି , ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ପରି ସନ୍ଦେହ କରାଯାଉଛି । ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ, ରାଷ୍ଟ୍ରପତି ଆରିଫ ଅଲଭି ମଧ୍ୟ ଉକ୍ତ ମେଳାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ରାଷ୍ଟ୍ରପତିଙ୍କ ଆଗମନର ମାତ୍ର ୩୦ ମିନିଟ ପୂର୍ବରୁ ଏହି ବିସ୍ଫୋରଣକୁ ରୂପ ଦେଇଛନ୍ତି ଆତଙ୍କୀ ।