ଓଡିଶା

odisha

By

Published : Dec 6, 2021, 10:35 PM IST

ETV Bharat / bharat

PoKରେ ଖସିପଡିଲା ପାକିସ୍ତାନୀ ସେନା ହେଲିକପ୍ଟର, 2 ପାଇଲଟ ମୃତ

ପାକ ଅଧିକୃତ କାଶ୍ମୀର (POK)ରେ ପାକ ସେନା ହେଲିକପ୍ଟର ଦୁର୍ଘଟଣାରେ 2 ପାକିସ୍ତାନୀ ପଇଲଟଙ୍କ ମୃତ୍ୟୁ । ଖରାପ ପାଗ ଯୋଗୁ ଦୁର୍ଘଟଣା ଘଟିିଥିବା ସନ୍ଦେହ । ଅଧିକ ପଢନ୍ତୁ

PoKରେ ପାକିସ୍ତାନୀ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: 2 ପାଇଲଟ ମୃତ
PoKରେ ପାକିସ୍ତାନୀ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: 2 ପାଇଲଟ ମୃତ

ଇସ୍‌ଲାମାବାଦ: ପାକ ଅଧିକୃତ କାଶ୍ମୀର (POK)ରେ ପାକିସ୍ତାନ ସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଦୁଇ ପାକିସ୍ତାନୀ ପାଇଲଟଙ୍କ ମୃତ୍ୟୁ ଘଟିଛି । ଖରାପ ପାଗ ଯୋଗୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଙ୍ଗଲ ମଧ୍ୟକୁ ଖିସିପଡିଥିବା ଅନୁମାନ କରାଯାଉଛି । ଏଥିରେ ୨ଜଣ ପାଇଲଟ ଥିବାବେଳେ ଉଭୟଙ୍କ ମୃତ୍ୟୁ ହୋଇଥିବା ପାକସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପାକିସ୍ତାନ ସେନା ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ଏହି ହେଲିକପ୍ଟରଟି କରାକୋରାମ ରେଞ୍ଜରେ ସିଆଚେନ୍ ଗ୍ଲେସିଅର ଅଭିମୁଖେ ଉଡାଣ ଭରିଥଲା । ତେବେ ହେଲିକପ୍ଟଟରକୁ ମେଜର ଇରଫାନ୍ ବର୍ଚା ଏବଂ ମେଜର ରାଜା ଜିଶାନ ଜାହାନଜେବ ନାମକ ଦୁଇ ସେନା ପାଇଲଟ ଉଡାଉଥିଲେ । ଦୁର୍ଘଟଣାରେ ଉଭୟ ପ୍ରାଣ ହରାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details