ଓଡିଶା

odisha

By

Published : Jan 29, 2022, 3:28 PM IST

Updated : Jan 29, 2022, 3:51 PM IST

ETV Bharat / bharat

ମଝି ଦରିଆରେ ବନ୍ଦ ହେଇଗଲା ଡଙ୍ଗା, 7 ନାବିକଙ୍କୁ ଅପହରଣ କଲା ପାକିସ୍ତାନ !

ଓଖା ବନ୍ଦରରୁ ୭ ନାବିକଙ୍କୁ ଅପହରଣ କଲା ପାକିସ୍ତାନ । ଅଧିକ ପଢନ୍ତୁ

ଓଖା ବନ୍ଦରରୁ ଜାହାଜ ଅପହରଣ କଲା ପାକିସ୍ତାନ: 7 ନାବିକ ଅପହୃତ
ଓଖା ବନ୍ଦରରୁ ଜାହାଜ ଅପହରଣ କଲା ପାକିସ୍ତାନ: 7 ନାବିକ ଅପହୃତ

ଗାନ୍ଧୀନଗର: ଓଖା ବନ୍ଦରରୁ ୭ ନାବିକଙ୍କୁ ଅପହୃତ କରିନେଇଛି ପାକିସ୍ତାନ । ଗତକାଲି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଖା ବନ୍ଦରରେ । ଗୁଜୁରାଟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ମତ୍ସ୍ୟଜୀବୀ ଓଖା ବନ୍ଦରକୁ ମାଛ ଧରିବାକୁ ଆସିଥାନ୍ତି । ଗତକାଲି(ଶୁକ୍ରବାର)ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ପାକିସ୍ତାନୀ ଏଜେନ୍ସି ମତ୍ସ୍ୟଜୀବୀଙ୍କ ସହ ଡଙ୍ଗାକୁ ଅପହରଣ କରି ନେଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ ୧୮ ଜାନୁଆରୀରେ ମତ୍ସ୍ୟଜୀବୀମାନେ ତୁଲସୀ ମାୟା ନାମକ ଏକ ଡଙ୍ଗାରେ ମାଛ ଧରିବା ନିମନ୍ତେ ଓଖା ବନ୍ଦରକୁ ଯାଇଥିଲେ । ଏହି ଡଙ୍ଗା ଗିର୍ ସୋମନାଥ ଜିଲ୍ଲାର ମାଙ୍ଗ୍ରୋଲର ଭାଟଲ୍ ପ୍ରେମଜାଇ ଥାପାନିଆର ଅଟେ । ଗତକାଲି (ଶୁକ୍ରବାର) ସାତଜଣ ନାବିକଙ୍କ ସହ ଡଙ୍ଗାକୁ ଅପହରଣ କରି ନେଇଛି ପାକିସ୍ତାନ ।

ଶୁକ୍ରବାର ଅପରାହ୍ନରୁ ମତ୍ସ୍ୟଜୀବୀମାନଙ୍କ ସହ ବୋଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଇଞ୍ଜିନରେ ତୃଟି କାରଣରୁ ପ୍ରଥମେ ଡଙ୍ଗାଟି ମଝି ଦରିଆରେ ଫସି ରହିଥିଲା । ଶେଷ ଥର କଥା ହେବା ସମୟରେ ମତ୍ସ୍ୟଜୀବୀମାନେ କହିଥିଲେ ଯେ ଡଙ୍ଗା ବିପରୀତ ଦିଗରୁ ପାକିସ୍ତାନୀ ଏଜେନ୍ସି ଆଡକୁ ଗତି କରୁଛି । ସମୁଦ୍ରରେ ଅସୁବିଧାରେ ପଡିଥିବା ମତ୍ସ୍ୟଜୀବୀଙ୍କୁ ସାହାଯ୍ୟ ପରିବର୍ତ୍ତେ ଅପହରଣ କରି ପାକିସ୍ତାନ ପୁଣି ଥରେ ନିଜର ଶତ୍ରୁତା ଜାହିର କରିଛି ।

Last Updated : Jan 29, 2022, 3:51 PM IST

ABOUT THE AUTHOR

...view details