ଓଡିଶା

odisha

ETV Bharat / bharat

କାଶ୍ମୀର ପ୍ରସଙ୍ଗରେ ମୁସଲିମ ରାଷ୍ଟ୍ରଙ୍କ ସହାୟତା ଲୋଡିବ ପାକ୍ - ମୁସଲିନ ରାଷ୍ଟ୍ର ସହ ପାକିସ୍ତାନର ଆଲୋଚନା

କାଶ୍ମୀର ପ୍ରସଙ୍ଗରେ ମୁସଲିମ ରାଷ୍ଟ୍ରର ବୈଦଶିକ ମନ୍ତ୍ରୀଙ୍କ ସହ ବୈଠକ କରିବ ପାକିସ୍ତାନ । ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅଧିକ ପଢନ୍ତୁ...

କାଶ୍ମୀର ପ୍ରସଙ୍ଗରେ ମୁସଲିମ ରାଷ୍ଟ୍ରଙ୍କ ସହାୟତା ଲୋଡିବ ପାକ୍
କାଶ୍ମୀର ପ୍ରସଙ୍ଗରେ ମୁସଲିମ ରାଷ୍ଟ୍ରଙ୍କ ସହାୟତା ଲୋଡିବ ପାକ୍

By

Published : Jun 6, 2021, 8:42 AM IST

ଇସଲାମାବାଦ:କାଶ୍ମୀର ପ୍ରସଙ୍ଗ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ତେବେ ଏନେଇ ପାକ୍ ଅନ୍ୟ ମୁସଲିମ ରାଷ୍ଟ୍ରମାନଙ୍କର ସହାୟତା ଲୋଡିଛି । ଶନିବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଇସଲାମବାଦ ଠାରେ ଆସନ୍ତା ବର୍ଷ ସମସ୍ତ ମୁସଲିମ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ ପାଇଁ ଘୋଷଣା କରିଛନ୍ତି । କ୍ୟୁରେସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପାକ୍ କାଶ୍ମୀର ସମସ୍ୟା ସମ୍ପର୍କରେ ଆଲୋଚନା କରିବ ଏବଂ ଏନେଇ ମୁସଲିମ ରାଷ୍ଟ୍ରଙ୍କ ସମର୍ଥନ ଲୋଡିବ ।

କ୍ୟୁରେସି ମୁଲତାନ ଠାରେ ପାକିସ୍ତାନର ତେହେରିକ-ଇ-ଇନସାଫ ଦଳ ରାଜନୈତିକ କର୍ମୀଙ୍କୁ ନେଇ ଏକ ସମାବେଶ ସମ୍ବୋଧିତ କରିଥିଲେ । ଯଦି ଭଗବାନ ମୋତ ସମୟ ଦିଅନ୍ତି, ତେବେ ଆସନ୍ତା 2022 ମାର୍ଚ୍ଚ ମାସରେ ମୁସଲିମ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କୁ ମୁଁ ଇସଲାମବାଦ ନିମନ୍ତ୍ରଣ କରିବି ଏବଂ କାଶ୍ମୀର ପ୍ରସଙ୍ଗରେ ଏକତ୍ର କରିବାକୁ ଚେଷ୍ଟା କରିବି ବୋଲି କ୍ୟୁରେସି ସମାବେଶରେ ସ୍ପଷ୍ଟ କରିଛନ୍ତି ।

କ୍ୟୁରେସି କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦେଶ ନିଜ ସମସ୍ୟାର ସମାଧାନ କରିବାରେ ସକ୍ଷମ ବୋଲି ଭାରତ ବାରମ୍ବାର କହୁଛି । ଏଥିସହ ଆତଙ୍କବାଦ, ଶତ୍ରୁତା ଏବଂ ହିଂସାମୁକ୍ତ ପରିବେଶରେ ଇସଲାମବାଦ ସହ ସାଧାରଣ ପଡୋଶୀ ସମ୍ପର୍କ ସ୍ଥାପନ ପାଇଁ ଭାରତ ଇଚ୍ଛୁକ ଥିବା ମଧ୍ୟ ପାକିସ୍ତାନକୁ ଜଣାଇଛି । ଆହୁରମଧ୍ୟ, ସେ ଆଫଗାନିସ୍ତାନ ନେତାମାନଙ୍କୁ ପାକିସ୍ତାନ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।

(PTI)

ABOUT THE AUTHOR

...view details