ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସୃଷ୍ଟି ହୋଇଛି ଘୋର ଖାଦ୍ୟ ସଙ୍କଟ । କ୍ଷୁଧା ଯନ୍ତ୍ରଣାରେ ଆଉଟୁପାଉଟୁ ହେଉଛନ୍ତି ଆଫଗାନବାସୀ । ଏପରିକି ପରିବାର ପେଟରେ ଦାନା ଦେବାକୁ ବାପା ନିଜ ଝିଅକୁ ବିକ୍ରି କରିଥିବାର ମଧ୍ୟ ନଜିର ରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପଡୋଶୀ ଆଫଗାନିସ୍ତାନକୁ ସାହାଯ୍ୟର ହାତ ବଢାଇଛି ଭାରତ । ଦେଶ ତାଲିବାନୀ ଶାସନାଧୀନ ଆଫଗାନିସ୍ତାନକୁ ଖାଦ୍ୟଶସ୍ୟ ପଠାଇବ । ପ୍ରାୟ ୫୦ ହଜାର ମେଟ୍ରିକ ଟନ ଗହମ ପଠାଇବାକୁ ଯୋଜନା ରଖିଛି ଭାରତ।
ଆଫଗାନିସ୍ତାନକୁ ଶସ୍ୟ ପଠାଇବ ଭାରତ, ପାକ୍ ରୁଟରେ ପରିବହନ ପାଇଁ ମାଗିଲା ଅନୁମତି
ଘୋର ଖାଦ୍ୟ ସଙ୍କଟ ମଧ୍ୟ ଦେଇ ଗତି କରୁଛି ଆଫଗାନିସ୍ତାନ । ପଡୋଶୀ ରାଷ୍ଟ୍ରକୁ ସହୟତା କରିବାକୁ ୫୦ ହଜାର ମେଟ୍ରିକ ଟନ ଗହମ ପଠାଇବ ଭାରତ । ପାକିସ୍ତାନ ରୁଟ୍ ଦେଇ ଯିବାକୁ ଅନୁମତି ମାଗିଲା ଦେଶ । ଅଧିକ ପଢନ୍ତୁ...
ଭାରତ ପ୍ରାୟ ୫ ହଜାର ଟ୍ରକ ଯୋଗେ ଏହି ଗହମ ଯୋଗାଣ କରିବ । ମାତ୍ର ଏଠି ସମସ୍ୟା ହେଉଛି ଆଫଗାନକୁ ଗହମ ପରିବହନ ପାଇଁ ପାକିସ୍ତାନ ରୁଟ୍ ଦେଇ ଯିବାକୁ ହେବ । ତେଣୁ ନିଜ ରୁଟରେ ଯିବା ପାଇଁ ଅନୁମତି ଦେବାକୁ ପାକିସ୍ତାନକୁ କହିଛନ୍ତି ଭାରତ ସରକାର । ସେପଟେ ଇସଲାମବାଦ ପକ୍ଷରୁ ଭାରତର ଏହି ପ୍ରସ୍ତାବ ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ । ପାକିସ୍ତାନ ନିର୍ଣ୍ଣୟ ଆସିବା ପରେ ଦେଶ ପକ୍ଷରୁ ଗହମ ଯୋଗାଣ ପାଇଁ ପ୍ରସ୍ତୁତି କରିବ । ଯଦି ପାକିସ୍ତାନ ଅନୁମତି ନ ଦିଏ ତେବେ ୱାଘା-ଅଟ୍ଟାରୀ ବର୍ଡରରେ ଥିବା ଜିରୋ ପଏଣ୍ଟରେ ପୁଣିଥରେ ଗହମକୁ ଅନଲୋଡ କରି ପାକିସ୍ତାନୀ ଟ୍ରକରେ ଲୋଡ କରିବାକୁ ହେବ ।
ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନର କବଜା ପରେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ରାଷ୍ଟ୍ର । ତା' ଉପରେ ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଥିବାରୁ ଏବେ ରାଷ୍ଟ୍ରରେ ଘୋର ଖାଦ୍ୟଭାବ ସୃଷ୍ଟି କରିଛି । ତେଣୁ ଆଫଗାନିସ୍ତାନକୁ ଭାରତ ୫୦ ହଜାର ମେଟ୍ରିକ ଟନ ଗହମ ଯୋଗାଇବାକୁ ଲକ୍ଷ୍ୟ ରଖିଥିବାବେଳେ ଗତ କିଛି ସପ୍ତାହ ହେବ ଚୀନ, ତୁର୍କୀ ପକ୍ଷରୁ ସେଠାରେ ଖାଦ୍ୟ ବିତରଣ କରାଯାଉଛି ।