ଓଡିଶା

odisha

ETV Bharat / bharat

Train tragedy: ଶୋକ ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ବିଦେଶରୁ ଛୁଟୁଛି ସମବେଦନା - ଟ୍ରେନ ଟ୍ରାଜେଡିର ଶୋକ ପ୍ରକାଶ କଲା ପାକିସ୍ତାନ

ଶୋକ ପ୍ରକାଶ କଲା ପାକିସ୍ତାନ । ପ୍ରଧାନମନ୍ତ୍ରୀ ସରିଫ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କଲେ କାମନା । ବିଦେଶରୁ ଛୁଟୁଛି ଭାରତକୁ ସମବେଦନା । ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Train tragedy: ଶୋକ ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
Train tragedy: ଶୋକ ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

By

Published : Jun 3, 2023, 5:25 PM IST

ହାଇଦ୍ରାବାଦ: ବାଲେଶ୍ବର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଦେଶ ବିଦେଶରୁ ଶୋକ ପ୍ରକାଶ ପାଇଛି । ପଡୋଶୀ ଶତ୍ରୁ ପାକିସ୍ତାନ ମଧ୍ୟ ଏପରି ସମୟରେ ଭାରତକୁ ସମବେଦନା ଜଣାଇବାର ନୈତିକ ଦାୟିତ୍ବ ଭୁଲିନାହିଁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେଓ୍ବାଜ ସରିଫ ଟ୍ବିଟ କରି ଘଟଣା ନେଇ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଟ୍ବିଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ୍‌ ଲେଖିଛନ୍ତି, ‘‘ଭାରତରେ ଏକ ଟ୍ରେନ ଦୁର୍ଘଟଣାରେ ଶହ ଶହ ଲୋକଙ୍କ ଜୀବନହାନୀ ତାଙ୍କୁ ଗଭୀର ଦୁଃଖି ଦେଇଛି । ଏହି ଦୁଖଦ ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ହୃଦୟରୁ ସମବେଦନା ଜଣାଉଛି । ଆହତଙ୍କ ଆଶୁଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।” ସେହିପରି ଖାଲି ପ୍ରଧାନମନ୍ତ୍ରୀ ସରିଫ ନୁହନ୍ତି ବରଂ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ମଧ୍ୟ ଟ୍ବିଟ କରି ଦୁର୍ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ସମବେଦନା ଓ ଆହତଙ୍କ ପାଇଁ ଆଶୁଆରୋଗ୍ୟ କାମନା କରିଛନ୍ତି ।

ଅନେକ ଦେଶର ମୁଖ୍ୟମାନେ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଋଷ, ୟୁକ୍ରେନ, ନେପାଳ, ଆମେରିକା, କାନାଡା,ଇଟାଲୀ ଓ ଜାପାନ ପ୍ରମୁଖ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନେ ଭାରତକୁ ଏପରି ସମୟରେ ସମବେଦନା ଜଣାଇ ନୈତିକ ସାହସ ଦେଇଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ, ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ଗତକାଲି ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଥିଲେ । ଆଜି ପୂର୍ବାହ୍ନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସିଧା ବାଲେଶ୍ବରର ଦୁର୍ଘଟଣାସ୍ଥଳ ପରିଦର୍ଶନ ମଧ୍ୟ କରିଛନ୍ତି । ସେଠାରେ ତାଙ୍କ ସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ରେଳବାଇ ଅଧିକାରୀ, ଉଦ୍ଧାରକାରୀ ଟିମ, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଦୁର୍ଘଟଣା ସ୍ଥଳରେ ଆଲୋଚନା ମଧ୍ୟ କରିଥିଲେ । ଏବେ ସୁଦ୍ଧା ଏହି ଘଟଣାରେ 261 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 900 ଯାତ୍ରୀ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details