ନୂଆଦିଲ୍ଲୀ:ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଥିବା ନିଲମ୍ବିତ ବିଜେପି ନେତ୍ରୀ ମୁପୂର ଶର୍ମାଙ୍କୁ ହତ୍ୟା କରିବା ପାଇଁ ଦେଶ ଓ ବିଦେଶରୁ ବିଭିନ୍ନ ଆତଙ୍କବାଦୀ ଓ ମୌଳବାଦୀ ସଂଗଠନ ଧମକ ଦେବାରେ ଲାଗିଛନ୍ତି । ତେବେ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ନୁପୂରଙ୍କୁ ହତ୍ୟା କରିବା ପାଇଁ ଜଣେ ପାକିସ୍ତାନୀ ନାଗରିକ ଅନ୍ତର୍ଜାତୀୟ ସୀମା (IB) ଅତିକ୍ରମ ଭାରତରେ ପ୍ରବେଶ କରିଥିବା ବେଳେ ରାଜସ୍ଥାନରେ ବିଏସଏଫ ହାତରେ ଧାରପଡିଛି । ଇଣ୍ଟେଲିଜେନ୍ସି ବ୍ୟୁରୋ ଓ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବର୍ତ୍ତମାନ ଉକ୍ତ ଅଭିଯୁକ୍ତକୁ ପଚରା ଉଚରା ଜାରି ରଖିଛନ୍ତି । ଅଭିଯୁକ୍ତଜଣଙ୍କ ଜିହାଦୀ ଗୋଷ୍ଠୀର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ ସୀମା ସୁରକ୍ଷା ବଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ‘‘ଜୁଲାଇ 16 ତାରିଖରେଲ ରାତି ପ୍ରାୟ 11ଟା ବେଳେ ନିୟନ୍ତ୍ରଣ ରେଖାର ହିନ୍ଦୁମାଲକୋଟ ଆଉଟପୋଷ୍ଟ ନିକଟରେ ଉକ୍ତ ବ୍ୟକ୍ତିଙ୍କୁ ସନ୍ଦେହଜନକ ଅବସ୍ଥାରେ ଠାବ କରିଥିଲା BSFର ପାଟ୍ରୋଲିଂ ଟିମ । ପରେ ତାକୁ ଅଟକ ରଖାଯାଇ ପଚରାଉଚରା ଓ ତଲାସି କରିବାରୁ ସେ ଜଣେ ପାକିସ୍ତାନୀ ନାଗରିକ ଓ ସୀମା ଡେଇ ଭାରତରେ ଅନୁପ୍ରବେଶ କରିଥିବା ଜଣାପଡିଥିଲା । ତା ନିକଟରୁ ଏକ 11 ଇଞ୍ଚର ଧାରୁଆ ଅସ୍ତ୍ର, କିଛି ଧାର୍ମିକ ପୁସ୍ତକ ସହ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା ।’’