ଓଡିଶା

odisha

Ludhiana court blast: ବିସ୍ଫୋରଣ ପଛରେ ପାକିସ୍ତାନରେ ଥିବା ଶିଖ ଆତଙ୍କୀବାଦୀ ଲଖବୀର ସିଂ

By

Published : Jan 8, 2023, 10:56 PM IST

ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ବିସ୍ଫୋରଣ ମାମଲାରେ ଚାର୍ଜସିଟ ଦାଖଲ କଲା ଜାତୀୟ ତଦନ୍ତକାରୀ ସଂସ୍ଥା NIA (NIA chargesheet on Ludhiana court complex blast )। 2021 ଡିସେମ୍ବରରେ ହୋଇଥିଲା ବିସ୍ଫୋରଣ । ଜଣଙ୍କ ମୃତ୍ୟୁ ସାଙ୍ଗକୁ ଆହତ ହୋଇଥିଲେ 6 । ଅଧିକ ପଢନ୍ତୁ

ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ବିସ୍ଫୋରଣ ମାମଲାରେ ଚାର୍ଜସିଟ
ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ବିସ୍ଫୋରଣ ମାମଲାରେ ଚାର୍ଜସିଟ

ହାଇଦ୍ରାବାଦ:ବହୁଚର୍ଚ୍ଚିତ ପଞ୍ଜାବ ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ବିସ୍ଫୋରଣ ମାମଲାରେ ଆଜି ଚାର୍ଜସିଟ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଏହି ଆକ୍ରମଣ ପାକିସ୍ତାନରୁ ସଞ୍ଚାଳିତ ତଥା ନିଷେଧ ଘୋଷଣା ହୋଇଥିବା ଶିଖ ୟୁଥ ଫେଡରେସନର ଆତଙ୍କବାଦୀ ଲଖବୀର ସିଂ ରୋଡେର ଷଡଯନ୍ତ୍ରରେ ହୋଇଥିବା ଚାର୍ଜସିଟରେ ତଦନ୍ତକାରୀ ସଂସ୍ଥ ଦର୍ଶାଇଛି (NIA chargesheet on Ludhiana court complex blast )। ଶିଖ ୟୁଥ ଫେଡେରେସନ ଓ ଖଲିସ୍ତାନ ଲିବରେସନ ଫୋର୍ସ ମିଳିତ ଭାବେ ଏହି ଆକ୍ରମଣକୁ ରୂପ ଦେଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବା ଏନଆଇଏ କହିଛି ।

2021 ମସିହା ଡିସେମ୍ବର 30 ତାରିଖରେ ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ପରିସରରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ 6ଜଣ ଗୁରୁତର ହୋଇଥିଲେ । ସେତେବେଳେ ଏହା ଏକ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ପ୍ରଦେଶ ପୋଲିସ ପରିବର୍ତ୍ତେ ଜାତୀୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ପରେ ସଂସ୍ଥା ତାର ଚାର୍ଜସିଟରେ ଏକାଧିକ ପ୍ରମାଣ ଉଲ୍ଲେଖ କରିଛି । ଆତଙ୍କବାଦୀ ଲକବୀର ସିଂ ରୋଡେ ଏହି ଆକ୍ରମଣ ପାଇଁ ପାକିସ୍ତାନରୁ ସୀମାପାର କରାଇ ଭାରତକୁ ବିସ୍ଫୋରକ ସାମଗ୍ରୀ ପଠାଇଥିଲା । ଏଥପାଇଁ ସେ କିଛି ଭାରତୀୟ ଆତଙ୍କବାଦୀଙ୍କ ସହଯୋଗ ମଧ୍ୟ ନେଇଥିଲା ।

ଜୁଲଫିକର ଓରଫ ପେହଲୱାନ ନାମକ ଜଣେ ଆତଙ୍କୀର ସହଯୋଗରେ ପାକିସ୍ତାନ ସୀମା ଅତିକ୍ରମ କରି ଏହି ବିସ୍ଫୋରକ ସାମଗ୍ରୀ ପଞ୍ଜାବ ସୀମାରେ ପହଞ୍ଚିଥିଲା । ହରପ୍ରୀତ ସିଂ ଓରଫ ହାପି ମାଲେସିଆ, ସୁରମୁଖ ସିଂ ଓରଫ ସାମୁ । ଦିଲବାଗ ସିଂ ଏବଂ ରାଜନପ୍ରୀତ ସିଂ କୋର୍ଟ ପରିସରରେ ଏହି ବିସ୍ଫୋରଣକୁ ରୂପ ଦେଇଥିଲେ । ସେହିପରି ଏହି ବମ୍‌କୁ କୋର୍ଟ ପରିସରରେ ଖଞ୍ଜିବା ବେଳେ ବିସ୍ଫୋରଣ ଘଟି ଆତଙ୍କାବାଦୀ ଗଗନଦୀପ ସିଂର ମୃତ୍ୟୁ ହୋଇଥିଲା ।

ଏହି ଘଟଣାର ତଦନ୍ତ ଜାରି ରଖିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା NIA ଗତକାଲି(ଶନିବାର) ପଞ୍ଜାବର ମୋହାଲି ସ୍ବତନ୍ତ୍ର ଏନଆଇଏ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ଲଖବୀର ସିଂ ରୋଡେ ସମେତ ମୋଟ 5ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି ସଂସ୍ଥା । ଚାର୍ଜସିଟରେ ଗଗନଦୀପ ସିଂ, ସୁରମୁଖ ସିଂ, ଦିଲବାଗ ସିଂ, ରାଜନପ୍ରୀତ ସିଂ ଏବଂ ଜୁଲଫିକରକୁ ଅଭିଯୁକ୍ତ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details