ଓଡିଶା

odisha

ETV Bharat / bharat

Paika Rebellion: ଶୁଣିଲେନି ସରକାର, ପାଇକ ବିଦ୍ରୋହକୁ ଦେଲେନି ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା - ରାଜ୍ୟ ସଭା ନ୍ୟୁଜ

କେସ ଷ୍ଟଡି ଭାବରେ ଛାତ୍ରଛାତ୍ରୀ ପଢିବେ ପାଇକ ବିଦ୍ରୋହ(paika Rebellion) କାହାଣୀ । ବଦଳିଲାନି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଷ୍ଣା ରେଡ୍ଡୀ (Union Culture Minister Kishan Reddy)ଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ

ଇତିହାସ ପାଠ୍ୟପୁସ୍ତକରେ  case study ଭାବରେ ଅନ୍ତର୍ଭୁକ୍ତ ହେଲା ପାଇକ ବିଦ୍ରୋହ
ଇତିହାସ ପାଠ୍ୟପୁସ୍ତକରେ case study ଭାବରେ ଅନ୍ତର୍ଭୁକ୍ତ ହେଲା ପାଇକ ବିଦ୍ରୋହ

By

Published : Dec 3, 2021, 10:52 AM IST

Updated : Dec 3, 2021, 1:18 PM IST

ନୂଆଦିଲ୍ଲୀ:ବଦଳିଲାନି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ପୂର୍ବଭଳିକେସ ଷ୍ଟଡି ଭାବେ ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମରେ ରହିଲା ପାଇକ ବିଦ୍ରୋହ(paika Rebellion) । 1817 ଓଡିଶାରେ ହୋଇଥିବା ପାଇକ ବିଦ୍ରୋହ ପ୍ରଥମ ସ୍ବାଧୀନତା ସଂଗ୍ରାମ ନୁହେଁ । ଏହାକୁ ଗୋରାମାନଙ୍କ ବିରୁଦ୍ଧରେ ଏକ ଜନ ବିଦ୍ରୋହର ଆରମ୍ଭ ବୋଲି ବିବେଚନା କରାଯାଏ। ଏହାକୁ ଏନସିଆରଟି (NCERT) ପାଠ୍ୟକ୍ରମର ଅଷ୍ଟମ ଶ୍ରେଣୀ ଇତିହାସ ପୁସ୍ତକର କେସ ଷ୍ଟଡି ଭାବରେ ପୂର୍ବଭଳି ବିବେଚନା କରାଯିବ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଷ୍ଣା ରେଡ୍ଡୀ (Union Culture Minister Kishan Reddy)।

ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଉତ୍ତରରେ ରେଡ୍ଡୀ ରାଜ୍ୟସଭାକୁ ସୂଚନା ଦେଇ କହିଛନ୍ତି ଯେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଘୋଷିତ କରିବାକୁ ସଂସ୍କୃତି ମନ୍ତ୍ରଣାଳୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୂଚନା ପାଇଛି। ସେ ଆହୁରି କହିଛନ୍ତି ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ କାଉନସିଲ୍ ହିଷ୍ଟୋରିକାଲ ରିସର୍ଚ (ICHR) ଙ୍କ ପରାମର୍ଶ କ୍ରମେ ଏହି ମାମଲା ଯାଞ୍ଚ କରାଯାଇଛି । ICHR ଙ୍କ ମନ୍ତବ୍ୟ ଅନୁଯାୟୀ ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ସଂଗ୍ରାମ କୁହାଯାଇପାରିବ ନାହିଁ ।

ଇତିହାସ ପୃଷ୍ଠାକୁ ଦେଖିଲେ ଏହାକୁ ପାଇକ ବିଦ୍ରୋହ କୁହାଯାଏ । ଏହି ବିଦ୍ରୋହ ୧୮୧୭ ମାର୍ଚ୍ଚରେ ଆରମ୍ଭ ହୋଇ ୧୮୨୫ ମେ ଯାଏଁ ଚାଲିଥିଲା । ଏହି ଆନ୍ଦୋଳନ ଶ୍ରେଣୀ ଭାରତୀୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ବ୍ରିଟିଶଙ୍କ ବିରୁଦ୍ଧରେ ହୋଇଥିବା ଜନ ବିଦ୍ରୋହ ମଧ୍ୟରେ ଏହା ଅନ୍ୟତମ ।

ପ୍ରକାଶ ଥାଉ କି ୨୦୧୯ରେ ପ୍ରଥମ ଥର ପାଇଁ ଏନସିଇଆରଟି ପାଠ୍ୟକ୍ରମରେ ସ୍ଥାନ ପାଇଥିଲା ପାଇକଙ୍କ ବିଦ୍ରୋହର କାହାଣୀ । ଅଷ୍ଟମ ଶ୍ରେଣୀ ଇତିହାସ ପୁସ୍ତକର ୬୨-୬୩ ପୃଷ୍ଠାରେ ଏହା ସ୍ଥାନ ପାଇଛି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

Last Updated : Dec 3, 2021, 1:18 PM IST

ABOUT THE AUTHOR

...view details