ଓଡିଶା

odisha

ETV Bharat / bharat

ଲାଲ ଡାଏରୀ ପୃଷ୍ଠା ଖୋଲୁଛି ଗେହଲଟଜୀଙ୍କ ଫ୍ୟୁଜ ଉଡୁଛି: ପ୍ରଧାନମନ୍ତ୍ରୀ - କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟ

ନିର୍ବାଚନୀ ମୁହାଁ ରାଜସ୍ଥାନର ତାରାନଗରରେ ଏକ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm modi addressing a public rally in Rajasthan
pm modi addressing a public rally in Rajasthan

By ETV Bharat Odisha Team

Published : Nov 19, 2023, 3:08 PM IST

ଜୟପୁର: ତୁମେ ବିଜେପିକୁ ବାଛିବ ତେବେ ଆମେ ରାଜସ୍ଥାନରେ ଯେଉଁ ଭ୍ରଷ୍ଟାଚାରୀ ଦଳ ଅଛନ୍ତି ତାଙ୍କୁ ଆଉଟ କରିଦେବୁ । ବିଜେପି ବିକାଶର ସ୍କୋର ଦ୍ରୁତ କରିବେ କରିବ ଏବଂ ବିଜୟ ରାଜସ୍ଥାନର ହେବ ରାଜସ୍ଥାନର ଭବିଷ୍ୟତ, ମହିଳା, ଚାଷୀଙ୍କର ହେବ । କଂଗ୍ରେସ 10 ବର୍ଷରେ କେବଳ ଘୋଟାଲା କରିଛି । ଦୁନିଆରେ ଭାରତକୁ ବଦନାମ କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଫ୍ୟୁଜ ଉଡାଇ ଦେଇଛି ଲାଲ ଡାଏରୀ । ଆଜି ଭାରତର ଯୁବଗୋଷ୍ଠୀଙ୍କୁ ଜଣା ଅଛି ଦେଶର ସରକାର ତାଙ୍କ ସହିତ ଅଛନ୍ତି । ନିର୍ବାଚନୀ ମୁହାଁ ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଲାଲ ଡାଏରୀରେ ଅଛି କଂଗ୍ରେସ ଦୁର୍ନୀତିର କାହାଣୀ:ନିର୍ବାଚନୀ ମୁହାଁ ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧନ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଲୁଟର ପୁରା କାହାଣୀ ଲାଲ ଡାଏରୀରେ ରହିଛି । ଧିରେ ଧିରେ ଲାଲ ଡାଏରୀ ପୃଷ୍ଠା ଖୋଲିବାକୁ ଲାଗିଛି । ଏପଟେ ଲାଲ ଡାଏରୀ ପୃଷ୍ଠା ଖୋଲୁଛି ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗେହଲଟଜୀଙ୍କ ଫ୍ୟୁଜ ଉଡିଯାଉଛି । ଯାଦୁଗରଙ୍କ ଯାଦୁଗରୀ ଲାଲା ଡାଏରୀରେ ଦେଖିବାକୁ ମିଳୁଛି । କଂଗ୍ରେସ ଏହି ବୀର ଭୂମି ସନ୍ତାଙ୍କ ସହ କଂଗ୍ରେସ ଛଳନା କରିଛି । ଏଠାକାର ବୀରଙ୍କୁ ୱାନ ରାଙ୍କ ୱାନ ରାଙ୍କ ପେନସନ ମୁଦ୍ଦାରେ ଅଟକାଇଛି । କଂଗ୍ରେସ ଏହି ଭୂମି ଉପରେ ଇଶ୍ବରଙ୍କ ନାମ ନେବା ବି ମୁସ୍କିଲ । ସମଗ୍ର ଦେଶ କ୍ରିକେଟ ଜୋସରେ ଭରି ରହିଛି । କ୍ରିକେଟରେ ବ୍ୟାଟ୍ସମ୍ୟାନ ଦଳ ପାଇଁ ରନ କରିନ୍ତି । ମାତ୍ର କଂଗ୍ରେସ 5 ବର୍ଷ ହେବ ପରସ୍ପରକୁ ରନ ଆଉଟ କରିଛନ୍ତି । କିଛି କଂଗ୍ରେସ ମହିଳାଙ୍କ ଉପରେ ମନ୍ତବ୍ୟ ଦେଇ ହିଟ ୱିକେଟ ହେଉଛନ୍ତି ତ କିଛି ମ୍ୟାଚ ଫିକ୍ସିଂ କରୁଛନ୍ତି । ଏମାନଙ୍କ ଦଳ ଏତେ ଖରାପ ଯେ ସେ କଣ ରନ କରିବେ ତୁମ ମାନଙ୍କର ସାହାଯ୍ୟ କରିବେ । ଦେଶର କୋଣ ଅନୁକୋଣରୁ କଂଗ୍ରେସ ବିଦା ହେବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ: କହିଲେ 5 ବର୍ଷରେ ରାଜ୍ୟକୁ ଲୁଟିଛି, ଫେରୱେଲ୍‌ କାଉଣ୍ଟଡାଉନ ଆରମ୍ଭ

ପ୍ରକାଶ ଥାଉ କି, ଦେଶରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି । ମିଜୋରାମ, ଛତିଶଗଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଶେଷ ହୋଇଛି । ଆସନ୍ତା 25 ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ 2.73 କୋଟି ପୁରୁଷ ଭୋଟର ଓ 2.52 କୋଟି ମହିଳା ଭୋଟର ଥିବାବେଳେ 22.04 ଲକ୍ଷ ପ୍ରଥମ ଥର ଭୋଟ ହେବେ । ଡିସେମ୍ବର 3 ତାରିଖରେ ସମସ୍ତ 5 ରାଜ୍ୟର ଭୋଟ ଗଣତି ପ୍ରକାଶ ପାଇବ । କଂଗ୍ରେସ ଶାସନଧୀନ ରାଜସ୍ଥାନରେ 2024 ଜାନୁଆରୀ 14 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ରାଜ୍ୟରେ 200ଟି ଆସନରେ ମତଦାନ ହେବ । 2018 ନିର୍ବାଚନରେ କଂଗ୍ରେସ ବାଜି ମାରି ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ABOUT THE AUTHOR

...view details