ଓଡିଶା

odisha

By

Published : Apr 29, 2022, 10:37 AM IST

Updated : Apr 29, 2022, 11:26 AM IST

ETV Bharat / bharat

ସରକାରୀ ଘର ଉଚ୍ଛେଦ ପରେ କେଉଁଠି ଓ କେମିତି ଅଛନ୍ତି ପଦ୍ମଶ୍ରୀ ନୃତ୍ୟଗୁରୁ ମାୟାଧର ?

ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଓଡିଶୀ ନୃତ୍ୟଗୁରୁ ମାୟାଧର ରାଉତ ଏବେ ରାଜରାସ୍ତାରେ । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ମାୟାଧରଙ୍କ ଘର ଉଚ୍ଛେଦ ପ୍ରକ୍ରିୟା କରିବା ପରେ କେଉଁଠି କେମିତି ଅଛନ୍ତି ସେ । ଦକ୍ଷିଣ ଦିଲ୍ଲୀ ଏସାଇଡ ଭିଲେଜ ସ୍ଥିତ ସରକାରୀ ଘରୁ ଉଚ୍ଛେଦ ନେଇ ତାଙ୍କ ଝିଅ ମଧୁମିତା ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

କେଉଁଠି ଅଛନ୍ତି ପଦ୍ମଶ୍ରୀ ନୃତ୍ୟଗୁରୁ ମାୟଧର ରାଉତ
କେଉଁଠି ଅଛନ୍ତି ପଦ୍ମଶ୍ରୀ ନୃତ୍ୟଗୁରୁ ମାୟଧର ରାଉତ

ନୂଆଦିଲ୍ଲୀ:ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଓଡିଶୀ ନୃତ୍ୟଗୁରୁ ମାୟାଧର ରାଉତ ଏବେ ରାଜରାସ୍ତାରେ । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ମାୟାଧରଙ୍କ ଘର ଉଚ୍ଛେଦ ପ୍ରକ୍ରିୟା କରିବା ପରେ କେଉଁଠି କେମିତି ଅଛନ୍ତି ସେ । ଦକ୍ଷିଣ ଦିଲ୍ଲୀ ଏସାଇଡ ଭିଲେଜ ସ୍ଥିତ ସରକାରୀ ଘରୁ ଉଚ୍ଛେଦ ନେଇ ତାଙ୍କ ଝିଅ ମଧୁମିତା ଉଦବେଗ ପ୍ରକାଶ କରିଛନ୍ତି । ପଦ୍ମଶ୍ରୀ ମାୟାଧରଙ୍କ ଘର ଖାଲି କରାଯିବା ପରେ ବର୍ତ୍ତମାନ ସେ ତାଙ୍କ ଝିଅ ମଧୁମିତା ରାଉତଙ୍କ ଜଣେ ଛାତ୍ରଙ୍କ ଘରେ ଅଛନ୍ତି । ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା ।

ସରକାରୀ ଘର ଉଚ୍ଛେଦ ପରେ କେଉଁଠି ଓ କେମିତି ଅଛନ୍ତି ପଦ୍ମଶ୍ରୀ ନୃତ୍ୟଗୁରୁ ମାୟାଧର ?
Padmashree Mayadhar Raut took shelter

ଏଭଳି ଉଚ୍ଛେଦ ଅମାନବୀୟ ବୋଲି କହିଛନ୍ତି ମଧୁମିତା । ଘର ଖାଲି କରାଯିବା ସମୟରେ ସେମାନଙ୍କ ଆସବାପତ୍ର ବାହାରକୁ ଫିଙ୍ଗା ଯାଇଥିଲା । ବିନା ନୋଟିସରେ ତାଙ୍କୁ ଘର ଖାଲି କରାଯିବାକୁ କୁହାଯାଇଥିଲା । ଜଣେ ବୟସ୍କ ବ୍ୟକ୍ତଙ୍କ ପ୍ରତି ପୁଣି ପଦ୍ମଶ୍ରୀ ସମ୍ମାନିତଙ୍କ ପ୍ରତି ଏହି ଅପମାନ ବୋଲି କହିଛନ୍ତି ମଧୁମିତା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଘର ବାବଦରେ ଆଇନଗତ ସ୍ଥିତିକୁ ଆଦୌ ନଜର ନଦେଇ ଜୋର ଜବରଦସ୍ତ ସେମାନଙ୍କୁ ବାହାର କରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ମାୟାଧରଙ୍କ ଝିଅ ।

ଏହା ମଧ୍ୟ ପଢନ୍ତୁ:ପଦ୍ମଶ୍ରୀଙ୍କୁ ଅସମ୍ମାନ ! ଓଡିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କୁ ସରକାରୀ କ୍ବାର୍ଟସରୁ ବେଘର କଲା ପ୍ରଶାସନ

ଘର ଖାଲି କରିବା ନେଇ ସରକାରଙ୍କ ପକ୍ଷରୁ 2020ରେ ଆଦେଶ ହୋଇଥିଲା । ଏହା ବିରୋଧରେ ତାଙ୍କ ପରିବାର ଓ ସରକାରୀ ଘରେ ରହୁଥିବା କିଛି କଳାକାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଶୁଣାଣୀରେ କୋର୍ଟ ରାୟ ବିରୋଧ କରି ପୁଣି ରିଭ୍ୟୁ ପିଟିସନ ଦାଖଲ କରିଥିଲେ । । ଯାହାର ଶୁଣାଣି ମଙ୍ଗଳବାର ହୋଇଥାନ୍ତା ମାତ୍ର ଶୁଣାଣି ପୂର୍ବରୁ ବିନା ନୋଟିସରେ ଏଭିଳି ପଦକ୍ଷେପକୁ ନିନ୍ଦା କରିଛନ୍ତି ମଧୁମିତା ରାଉତ ।

Padmashree Mayadhar Raut took shelter

ଅଚାନକ ତାଙ୍କ ଘରକୁ କିଛି ଉଚ୍ଛେଦ ଅଧିକାରୀ ଆସି ଅଚାନକ ତାଙ୍କୁ ଘର ଖାଲି କରିବାକୁ କହିଥିଲେ । ଦୀର୍ଘ ବର୍ଷ ହେବ ମାୟାଧର ରାଉତ ଏସିଆନ ଗେମ୍ସ ଭିଜେଲର ସରକାରୀ ବାସଭବନରେ ରହି ଆସୁଥିଲେ । 2014 ମସିହାରେ ଏହାକୁ ବାତିଲ କରାଯାଇଥିଲା । 2020ରେ ପ୍ରସିଦ୍ଧ ନୃତ୍ୟଗୁରୁ ବିରଜୁ ମହାରାଜଙ୍କ ସମେତ ଅନ୍ୟ କଳାକାରମାନେ କୋର୍ଟଙ୍କ ଆଶ୍ରୟ ନେଇଥିଲେ । ଗତ ଫେବ୍ରୁଆରୀରେ ସେମାନେ କୋର୍ଟ କେସ ହାରିଥିଲେ । ଏପ୍ରିଲ 25 ସୁଦ୍ଧା ସମସ୍ତ କଳାକାର ସରକାରୀ ବାସଭବନ ଛାଡିବାକୁ ନୋଟିସ ପରେ କଳାକାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବର୍ତ୍ତମାନ କୋର୍ଟରେ ମାମଲା ଥିବାବେଳେ ଏଭିଳ ଉଚ୍ଛେଦକୁ କଳାକାରଙ୍କ ପରିବାର ନାପସନ୍ଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

Last Updated : Apr 29, 2022, 11:26 AM IST

For All Latest Updates

ABOUT THE AUTHOR

...view details