ଓଡିଶା

odisha

ETV Bharat / bharat

ପରଲୋକରେ ପଦ୍ମଶ୍ରୀ ଇକବାଲ ସିଂହ, ଶୋକ ପ୍ରକାଶ କଲେ ମୋଦି - ଇକବାଲ ସିଂହ

ସମାଜସେବୀ ପଦ୍ମଶ୍ରୀ ବାବା ଇକବାଲ ସିଂହଙ୍କ ପରଲୋକ । ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ପରଲୋକରେ ପଦ୍ମଶ୍ରୀ ଇକବାଲ ସିଂହ, ଶୋକ ପ୍ରକାଶ କଲେ ମୋଦି
ପରଲୋକରେ ପଦ୍ମଶ୍ରୀ ଇକବାଲ ସିଂହ, ଶୋକ ପ୍ରକାଶ କଲେ ମୋଦି

By

Published : Jan 30, 2022, 10:06 AM IST

ଚଣ୍ଡୀଗଡ:ସମାଜସେବୀ ପଦ୍ମଶ୍ରୀ ବାବା ଇକବାଲ ସିଂହଙ୍କ ପରଲୋକ(Padma Shri Baba Iqbal Singh passed away) । ୯୫ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ ଏକ ମାସ ଧରି ଅସୁସ୍ଥତା କାରଣରୁ ବାବା ଇକବାଲ ସିଂହ ପଞ୍ଜାବର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ଶନିବାର ତାଙ୍କର ମୃତ୍ୟୁ ଘଟିଛି ।

୧୯୨୬ ମସିହା ମେ ୧ ତାରିଖରେ ପଞ୍ଜାବର ଗୁରୁଦାସପୁର ଅଞ୍ଚଳରେ ଇକବାଲ ସିଂହଙ୍କ ଜନ୍ମ । ସେ ପାକିସ୍ତାନର ଫୈସଲାବାଦ ସ୍ଥିତ କୃଷି ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ପରେ ହିମାଚଳ ପ୍ରଦେଶର କୃଷି ବିଭାଗରେ ସିଭିଲ ସରଭ୍ୟାଣ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୬ ମସିହାରେ ଚାକିରିରୁ ଅବସରରେ ପରେ ଇକବାଲ ସିଂହ ହିମାଚଳ ପ୍ରଦେଶ ସିରମୋର ଜିଲ୍ଲାର ବାରୁ ସାହିବ(Baru Sahib) ଚାଲି ଯାଇଥିଲେ ଏବଂ ସେଠାରେ ଅକାଳ ଏକାଡେମୀ(Akal Academy) ଆରମ୍ଭ କରିଥିଲେ ।

ହିମାଚଳ ପ୍ରଦେଶ, ପଞ୍ଜାବ ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ୧୨୯ଟି ଲୋ କଷ୍ଟ୍‌ ( low-cost) ସ୍କୁଲ ଏବଂ ଦୁଇଟି ଘରୋଇ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ଇକବାଲ ସିଂହ । ବାବା ଇକବାଲ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀମାନେ ଶୋକ ପ୍ରକାଶ କରିଛନ୍ତି ।

ପିଏମ୍ ମୋଦି ଟ୍ବିଟ୍ କରିଛନ୍ତି, ଇକବାଲ ସିଂହଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ଯୁବକମାନଙ୍କ ମଧ୍ୟରେ ଶିକ୍ଷା ପ୍ରସାର ପାଇଁ ସେ କରିଥିବା ଉଦ୍ୟମ ଲାଗି ଚିର ସ୍ମରଣୀୟ ହୋଇ ରହିବେ । ସାମାଜିତ ସଶକ୍ତିକରଣକୁ ଆଗକୁ ବଢାଇବା ପାଇଁ ସେ ନିରନ୍ତର ପ୍ରଚେଷ୍ଟା କରିଥିଲେ । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ମୋର ଚିନ୍ତାଧାରା ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍ କରିଛନ୍ତି, ଚିକିତ୍ସା, ଶିକ୍ଷା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ଇକବାଲ ସିଂହଙ୍କ ନିଧନରେ ସେ ବହୁତ ଦୁଃଖିତ । ତାଙ୍କ ସେବା ପାଇଁ ସମ୍ମାନ ସୂରୁପ ୨୦୨୨ ବର୍ଷରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ଚୟନ କରାଯାଇଥିଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଇକବାଲ ସିଂହଙ୍କ ବିୟୋଗ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ABOUT THE AUTHOR

...view details