ମୁମ୍ବାଇ: ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ବାରା ‘ପଦ୍ମ’ ପୁରସ୍କାର ଘୋଷଣା କରାଯାଇଛି । 74ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ସମ୍ମାନଜନକ ପଦ୍ମ ପୁରସ୍କାର । ବର୍ଷ 2023 ପାଇଁ ମୋଟ 106 ପଦ୍ମ ପୁରସ୍କାରକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏହି ତାଲିକାରେ 6ଟି ପଦ୍ମବିଭୂଷଣ, 9 ପଦ୍ମଭୂଷଣ ଏବଂ 91 ପଦ୍ମଶ୍ରୀ ପୁରସ୍କାର ରହିଛି । ତାଲିକାରେ 19ଜଣ ମହିଳା ପଦ୍ମ ବିଜେତା ଥିବା ବେଳେ ଦୁଇ ଜଣ ବିଦେଶୀ ବର୍ଗର ଏହି ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି । ସେହପରି 7 ଜଣ ଦିବଙ୍ଗତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମରୋଣତ୍ତର ଭାବେ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ ।
ଗଜାନନ ମାଣେଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଶରେ ବିଭିନ୍ନ ବିଭାଗରେ କାମ କରୁଥିବା ଅନେକ ବିଶିଷ୍ଟ ବ୍ଯକ୍ତି ବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ସେଥିମଧ୍ୟରୁ ମହାରାଷ୍ଟ୍ରର ସମ୍ମାନିତ ଭିକ୍କୁ ରାମଜୀ ଆଇଡେଟ୍, ରାକେଶ ଝୁନଝୁନ ୱାଲା, ପ୍ରଭାକର ମାଣ୍ଡେ, ଡ଼. ପର୍ଶୁରାମ ଖୁନେ, ଗଜାନନ ମାଣେ, ରମେଶ ପାଟଙ୍ଗେ, ରବୀନା ଟଣ୍ଡନ୍, କୁମି ୱାଡିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ସେଥିମଧ୍ୟରୁ ଡୋମ୍ବିଭଲିରେ ରହୁଥିବା ଗଜାନନଙ୍କୁ ଏହି ପୁରସ୍କର ପାଇଁ ମନୋନିତ କରାଯାଇଛି । ତେବେ ଗଜାନନ ମାଣେ କିଏ ଏବଂ କାହିଁକି ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ସମ୍ମାନିତ କରାଯାଉଛି ଆସନ୍ତୁ ଜାଣିବା ।
ଗଜାନନ ମାଣେ ଯେ ନିଜ ଜୀବନର ୩୨ ବର୍ଷ ହେଲା କୁଷ୍ଠ ରୋଗୀଙ୍କ ସେବାରେ ନିଜକୁ ସର୍ମପିତ କରିଛନ୍ତି । ଗଜାନନ ମାଣେଙ୍କ ମାର୍ଗଦର୍ଶନ ଏବଂ ଉଦ୍ୟମ ଯୋଗୁଁ କଲ୍ୟାଣ ଡୋମ୍ବିଭଲି ପୌରପାଳିକାରେ 1991 ମସିହାରେ କୁଷ୍ଠରୋଗ ପାଇଁ ପ୍ରଥମ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା । ସେ କହିଛନ୍ତି, ଏହି ଉଲ୍ଲେଖନୀୟ କାର୍ଯ୍ୟରେ ମହାରାଷ୍ଟ୍ର ସରକାର ଏବଂ କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲ କର୍ପୋରେସନ ମଧ୍ୟ ତାଙ୍କୁ ଯଥେଷ୍ଟ ସହଯୋଗ କରିଛନ୍ତି । ଏହି ରୋଗ ଅତ୍ୟନ୍ତ ମାରାତ୍ମକ, କିନ୍ତୁ ଏହି ରୋଗରେ ପିଡୀତ ରୋଗୀ ନୁହେଁ ବୋଲି ମାଣେ କହିଛନ୍ତି । ବିଶ୍ବରୁ ଏହି ମାରାତ୍ମକ ରୋଗକୁ ସମୂଳେ ନାଶ କରିବା ତାଙ୍କର ଏକ ମାତ୍ର ଲକ୍ଷ୍ୟ ।
ଗଜାନନ ମାଣେ କେବଳ ଜଣେ ସମାଜସେବୀ ନୁହଁନ୍ତି, ସେ ଜଣେ ଭାରତୀୟ ସେନାର ପୂର୍ବତନ ଅଧିକାରୀ ମଧ୍ୟ । ସେ ଭାରତୀୟ ନୌ ସେନାରେ ୧୨ ବର୍ଷ ଧରି କାର୍ଯ୍ୟ ମଧ୍ୟ କରିଛନ୍ତି । ସେ ନାଡାଲରେ ଥିବାବେଳେ 1971ର ଭାରତ-ପାକିସ୍ଥାନ ଯୁଦ୍ଧରେ ମଧ୍ୟ ଭାଗ ନେଇଥିଲେ । ନୌସେନାରୁ ଅବସର ନେବା ପରେ ସେ ସାମାଜିକ ସେବା ବୃତ୍ତି ଗ୍ରହଣ କରିଥିଲେ । ଗତ 32 ବର୍ଷ ଧରି କୁଷ୍ଠରୋଗ ଦୂର କରିବାରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଗଜାନନ କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନ ମାଧ୍ୟମରେ କୁଷ୍ଠରୋଗୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆୟର ମାଧ୍ୟମ ସହିତ ଯୋଗାଇ ଦେବାକୁ କାର୍ଯ୍ୟ କରୁଛନ୍ତି ।
ବ୍ୟୁରେ ରିପୋର୍ଟ, ଇଟିଭି ଭାରତ