ହାଇଦ୍ରାବାଦ:74ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ସମ୍ମାନଜନକ ପଦ୍ମ ପୁରସ୍କାର । ବର୍ଷ 2023 ପାଇଁ ମୋଟ 106 ପଦ୍ମ ପୁରସ୍କାରକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏହି ତାଲିକାରେ 6ଟି ପଦ୍ମବିଭୂଷଣ, 9 ପଦ୍ମଭୂଷଣ ଏବଂ 91ପଦ୍ମଶ୍ରୀ ପୁରସ୍କାର ରହିଛି । ତାଲିକାରେ 19ଜଣ ମହିଳା ପଦ୍ମ ବିଜେତା ଥିବା ବେଳେ ଦୁଇ ଜଣ ବିଦେଶୀ / NRI / PIO / OCI ବର୍ଗର ଏହି ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି । ସେହପରି 7 ଜଣ ଦିବଙ୍ଗତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମରୋଣତ୍ତର ଭାବେ ପଦ୍ମ ସମ୍ମାନରେ ସମ୍ମାନୀତ କରାଯିବ ।
Padma Awards 2023: 106 ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର, ଓଡିଶାରୁ 4ଜଣଙ୍କୁ ପଦ୍ମଶ୍ରୀ - ପଦ୍ମ ପୁରସ୍କାର ଘୋଷଣା
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର । 106 ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର । ତାଲିକାରେ 6ଟି ପଦ୍ମବିଭୂଷଣ, 9 ପଦ୍ମଭୂଷଣ ଏବଂ 91 ପଦ୍ମଶ୍ରୀ ପୁରସ୍କାର । ଅଧିକ ପଢନ୍ତୁ
Padma Awards 2023
ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ତଥା ଓଆରଏସ୍ (ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍) ବ୍ୟବହାରକୁ ବିଶ୍ବବ୍ୟାପୀ ପ୍ରସାରୀ କରାଇଥିବା ଦିବଙ୍ଗତ ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଦିଲୀପ ମହଲାନାବିସଙ୍କୁ ମରୋଣତ୍ତର ଭାବେ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯିବ । ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନ୍ୟ 106 ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ପଦ୍ମ ବର୍ଗର ତିନି ଭିନ୍ନ ଭିନ୍ନ ପୁରସ୍କାରରେ ସମ୍ମାନିତ କରିବା ପାଇଁ ଘୋଷଣା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 25, 2023, 11:07 PM IST