ଓଡିଶା

odisha

By

Published : Apr 28, 2022, 10:26 AM IST

ETV Bharat / bharat

ପଦ୍ମଶ୍ରୀଙ୍କୁ ଅସମ୍ମାନ ! ଓଡିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କୁ ସରକାରୀ କ୍ବାର୍ଟସରୁ ବେଘର କଲା ପ୍ରଶାସନ

91 ବର୍ଷୀୟ ପଦ୍ମଶ୍ରୀ ସମ୍ମାନିତ ଓଡିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କୁ ବେଘର କରାଯାଇଛି । ରାଜଧାନୀ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ବାହାର କରି ଦିଆଯାଇଛି । ଅଧିକ ପଢନ୍ତୁ

Odissi dancer Mayadhar Raut evicted from govt house news
Odissi dancer Mayadhar Raut evicted from govt house news

ନୂଆଦିଲ୍ଲୀ: 91 ବର୍ଷୀୟ ପଦ୍ମଶ୍ରୀ ସମ୍ମାନିତ ଓଡିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କୁ ବେଘର କରାଯାଇଛି । ରାଜଧାନୀ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ବାହାର କରି ଦିଆଯାଇଛି । ଏନେଇ କଳାକାର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ କ୍ବାର୍ଟରେ ମାୟାଧର ତାଙ୍କ ପରିବାର ସହ ଦୀର୍ଘ ବର୍ଷ ହେବ ରହି ଆସୁଥିଲେ । ମାତ୍ର ତାଙ୍କୁ ଘରୁ ବାହାର କରି ଦିଆଯାଇଛି ।

ପଦ୍ମଶ୍ରୀ ଓଡିଶୀ ନୃତ୍ୟଶିଳ୍ପୀ ମାୟାଧର ରାୱତଙ୍କୁ ସରକାରୀ କ୍ବାର୍ଟସରୁ ବେଘର

2008 ପଲିସି ପରିବର୍ତ୍ତନ ପରେ ଆବାସ ଆବଣ୍ଟନ ସମୟସୀମା ଶେଷ ହୋଇଥିଲା । ହେବା ପରେ ଦକ୍ଷିଣ ଦିଲ୍ଲୀର ଏସିଆଡ ଗ୍ରାମରେ 91 ବର୍ଷ ବର୍ଷୀୟ ଓଡିଆ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କ ଅଧୀନରେ ଥିବା ସରକାରୀ ମାଲିକାନା ଘରେ ଏହି ଉଚ୍ଛେଦ କରାଯାଇଥିଲା । ଏ ନେଇ ତାଙ୍କୁ କୌଣସି ନୋଟିସ ଦିଆଯାଇଥିବା କହିଛନ୍ତି ମାୟାଧରଙ୍କ ପରିବାର । ଘର ଖାଲି କରିବାକୁ ଅନ୍ତତଃ ଏକ ସପ୍ତାହ ସମୟ ଦେବା କଥା । ''ଆମେ କଳାକାର ଆମର ଅନ୍ୟ କେଉଁଠି ଘର ନାହିଁ'' ଆମେ କେଉଁଠିକୁ ବର୍ତ୍ତମାନ ଯିବୁ ବୋଲି ପ୍ରଶ୍ନ କରିଛନ୍ତି ମାୟଧରଙ୍କ ଝିଅ ମଧୁମିତା ।

ସେ ଆହୁରି କହିଛନ୍ତି ଏଠାରେ ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି । ଅନେକ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି କଣ ଏହା ତାଙ୍କୁ ସମ୍ମାନ ପ୍ରଦାନ କରାଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ମୟାଧରଙ୍କ ଝିଅ ମଧୁମିତା । ଏହି ଉଚ୍ଛେଦକୁ ନେଇ ମାୟାଧର ରାଉତ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ତାଙ୍କ ଆବାସପତ୍ର ଘର ବାହାରେ ଫିଙ୍ଗା ଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୋଟିସ ପରେ ଏହାକୁ ଚ୍ୟାଲେଞ୍ଜ କରି ସେଠାରେ ରହୁଥିବା କଳାକାରମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏପ୍ରିଲ୍ 25 ସୁଦ୍ଧା କ୍ୱାଟର୍ସ ଖାଲି କରିବାକୁ କୁହାଯାଇଥିଲା । ଏହା ମାମଲା ଆଧାରରେ ଓଡିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କ ଘର ଉଚ୍ଛେଦ ହୋଇଛି ।

ଖାଲି ମାୟାଧର ନୁହନ୍ତି ଅନ୍ୟ 12 କଳାକାର ମୋହିନିୟତମ୍ ନୃତ୍ୟଶିଳ୍ପୀ ଭାରତୀ ଶିବାଜୀ, କୁଚିପୁଡି ନୃତ୍ୟଶିଳ୍ପୀ ଗୁରୁ ଭି ଜୟରାମ ରାଓ, ଧ୍ରୁପାଦ ଗାୟକ ଉସ୍ତାଦ୍ ଏଫ୍ ୱାସିଫୁଦ୍ଦିନ ଦାଗର, ରାନୀ ଶିଙ୍ଗୱାଲ, କଥକ ବିଶେଷଜ୍ଞ ଗୀତାଞ୍ଜଳି ଲାଲ, ଲିଥୋଗ୍ରାଫର କେ.ଆର ସୁବାନ୍ନା, ସାରଙ୍ଗୀ ଖେଳାଳି କମଲ ସାବ୍ରି, ଦେବରାଜ ଡାକୋଜି, ପିଟି ଭଜନ ସୋପୋରି ଏବଂ ଗାୟକ ରୀତା ଗାଙ୍ଗୁଲି ମଧ୍ୟ ଆଗାମୀ ଦିନରେ ସମାନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ABOUT THE AUTHOR

...view details