ଓଡିଶା

odisha

By

Published : Dec 24, 2022, 3:35 PM IST

ETV Bharat / bharat

ସିଗାରେଟ ପଇସା ମାଗିବାରୁ ପାନଦୋକାନୀଙ୍କୁ ଗୁଳିକରି ହତ୍ୟା

ସିଗାରେଟ ପଇସା ମାଗିବାରୁ ହତ୍ୟା । ବନ୍ଧୁକ ଗୁଳିରେ ଚାଲିଗଲା ପାନଦୋକାନୀଙ୍କ ଜୀବନ। ଅଧିକ ପଢ଼ନ୍ତୁ

ସିଗାରେଟ ପଇସା ମାଗିବାରୁ ପାନଦୋକାନୀଙ୍କୁ ଗୁଳିକରି ହତ୍ୟା
ସିଗାରେଟ ପଇସା ମାଗିବାରୁ ପାନଦୋକାନୀଙ୍କୁ ଗୁଳିକରି ହତ୍ୟା

ପାଟନା : ଛୋଟିଆ କଥାରୁ ଘଟିଗଲା ମହାଭାରତ । ବନ୍ଧୁକ ଗୁଳିରେ ଚାଲିଗଲା ପାନଦୋକାନୀଙ୍କ ଜୀବନ । ସିଗାରେଟ ପଇସା ମାଗିବାରୁ ଜଣେ ପାନଦୋକାନୀଙ୍କୁ ଗୁଳିକରି ହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ବେଗୁସାରାଇ ଅଞ୍ଚଳସ୍ଥିତ ଲୌହିୟାନଗର ଗୁମଟି ପାଖରେ । ମୃତକ ଜଣକ ହେଲେ ଦିଲଖୁସ କୁମାର । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସିଗାରେଟ ପଇସା ମାଗିବାରୁ ହତ୍ୟା : ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ହତ୍ୟାକାଣ୍ଡ ପରେ ଛକ ଉପରେ ଏକ ଭୟର ବାତାବରଣ ଖେଳିଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଆରମ୍ଭ କଲେ। ତେବେ ଘଟଣା ଘଟାଇଥିବା ଅଭିଯୁକ୍ତମାନେ ସେଠାରେ ମାରଣାସ୍ତ୍ର ଧରି ଛିଡ଼ା ହୋଇ ଲୋକଙ୍କୁ ଭୟଭୀତ କରୁଥିଲେ।

ସୂଚନାନୁସାରେ ମୃତ ବ୍ୟକ୍ତି ଦିଲଖୁସ କୁମାର ନାଗର ପୋଲିସ ଷ୍ଟେସନ ଅଞ୍ଚଳର ଲୋହିୟା ନାଗର NH 31 ପାର୍ଶ୍ୱରେ ଏକ ପାନ ଦୋକାନ ଚଳାଉଥିଲେ । ତେବେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଲୋକ ପ୍ରତିଦିନ ଦିଲଖୁସଙ୍କ ଦୋକାନରୁ ସିଗାରେଟ ନେଇଥାଏ ।

ଏହି ପରିପ୍ରେକ୍ଷୀରେ ପଡୋଶୀ ଦୋକାନୀ କିଶୋର କୁମାର କହିଛନ୍ତି ଯେ ଗୁଳି ଚଳାଇଥିବା ବ୍ୟକ୍ତି ଏହି ଦୋକାନକୁ ଆସୁଥିଲେ । ଆଜି ସେ ପୁଣିଥରେ କିଛି ଲୋକଙ୍କ ସହ ଦୋକାନରେ ପହଞ୍ଚି ସିଗାରେଟ୍ ଟାଣିବା ପରେ ଦୋକାନୀ ତାଙ୍କଠାରୁ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ABOUT THE AUTHOR

...view details