ଓଡିଶା

odisha

ବିଜେପି ବିଧାୟକ ରାଜା ସିଂ ଗିରଫ, ଶାନ୍ତିପୂର୍ଣ୍ଣ ଶୁକ୍ରବାର ଲାଗି ଓୱେସିଙ୍କ ଆହ୍ବାନ

By

Published : Aug 26, 2022, 1:36 PM IST

Updated : Aug 26, 2022, 4:39 PM IST

ବିଜେପି ବିଧାୟକ ରାଜା ସିଂ ପୁଣି ଗିରଫ ହେବା ପରେ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି AIMIM ନେତା ଅସଦ୍ଦୁଦ୍ଦିନ ଓୱେସି । ଅଧିକ ପଢନ୍ତୁ

ବିଜେପି ବିଧାୟକ ରାଜା ସିଂଙ୍କ ଗିରଫ, ଶାନ୍ତିପୂର୍ଣ୍ଣ ଶୁକ୍ରବାର ପାଇଁ  ଓୱେସି ଆହ୍ବାନ
ବିଜେପି ବିଧାୟକ ରାଜା ସିଂଙ୍କ ଗିରଫ, ଶାନ୍ତିପୂର୍ଣ୍ଣ ଶୁକ୍ରବାର ପାଇଁ ଓୱେସି ଆହ୍ବାନ

ହାଇଦ୍ରାବାଦ:ଫ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପି ବିଧାୟକ ଟି. ରାଜା ସିଂ ଗିରଫ ହୋଇଛନ୍ତି । ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ ପରେ ତେଲେଙ୍ଗାନାରେ ରାଜନୀତି ଉଷ୍ମ ହୋଇଛି । ବିଭିନ୍ନ ସ୍ଥାନରେ ଟି. ରାଜା ସିଂଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏଆଇଏମଆଇଏମ ନେତା ଅସଦ୍ଦୁଦ୍ଦିନ ଓୱେସି ଆଜି (ଶୁକ୍ରବାର) ଶାନ୍ତିପୂର୍ଣ୍ଣ ଭାବେ ନମାଜ ସୁନିଶ୍ଚିନ୍ତ କରିବାକୁ ଅନୁରୋଧ କରିଛନ୍ତି । ବିଜେପି ବିଧାୟକ ଟି. ରାଜା ସିଂଙ୍କୁ ଗିରଫ ପାଇଁ ହୋଇଥିବା ସବୁଠୁ ବଡ ଦାବି ପୂରଣ ହୋଇଛି ବୋଲି କହିଛନ୍ତି AIMIM ନେତା ଅସଦ୍ଦୁଦ୍ଦିନ ଓୱେସି ।

ଓୱେସି କହିଛନ୍ତି, ''ହାଇଦ୍ରାବାଦ ପୋଲିସ ରାଜା ସିଂ ଗିରଫ କରିଛି ଏବଂ ଚେରିୟାପାଲ୍ଲୀ ସେଣ୍ଟ୍ରାଲ ଜେଲରେ ରଖାଯାଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ଶୁକ୍ରବାର ଏଭଳି ସ୍ଲୋଗାନ ନ ଦିଆଯାଉ ଯାହା ସୌହାର୍ଦ୍ଦ୍ୟ ଭଙ୍ଗ କରିବ । ସମସ୍ତଙ୍କୁ ଅନୁରୋଧ କରୁଛି ଦେଶର ସୌହାର୍ଦ୍ଦ୍ୟ ବ୍ୟାହତ ହୋଇଛି ଶାନ୍ତି ବଜାୟ ରହିବା ଉଚିତ୍ । ଆମର ସବୁଠୁ ବଡ ଦାବି ପୂରଣ ହୋଇଛି । ତେଣୁ ଶାନ୍ତିପୂର୍ଣ୍ଣ ଶୁକ୍ରବାର ପ୍ରାର୍ଥନା ନିଶ୍ଚିତ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।''

ଗତ ମଙ୍ଗଳବାର ଫ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଜେପି ବିଧାୟକଙ୍କୁ ଗିରଫ ଦାବି ହୋଇଥିଲା । ବିଦାୟୀୟ ଟିପ୍ପଣୀକୁ ନେଇ ବିବାଦ ଥମିବାର ନାଁ ନେଇନଥିଲା । ଦୁଇ ଦୁଇ ଥର ଗୋଶାମହଲ ବିଧାୟକ ରାଜା ସିଂହ ଷ୍ଟାଣ୍ଡ ଅଫ କମେଡିଆନ ମୁନାୱାରଙ୍କୁ ସମାଲୋଚନା କରି ଏକ ୧୦ ମିନିଟର ଭିଡିଓ ଜାରି କରିଥିଲେ । ସେଥିରେ ସେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।

ଏହାକୁ ନେଇ ହାଇଦ୍ରାବାଦରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା । ରାଜା ସିଂହଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ତାଙ୍କୁ ଦଳରୁ ବହିଷ୍କାର କରାଯିବା ସହ ୧୦ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ମାତ୍ର ଗିରଫର କିଛି ସମୟ ପରେ ତାଙ୍କୁ ଜାମିନ ମିଳିଥିଲା । ପୋଲିସ ହାଇଦ୍ରାବାଦର ନାମପଲ୍ଲୀ କୋର୍ଟରେ ତାଙ୍କୁ ହାଜର କରିଥିଲା । ସେଠାରେ କୋର୍ଟ ପ୍ରଥମେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପରେ ରିମାଣ୍ଡ ନିର୍ଦ୍ଦେଶକୁ ଫେରାଇ ନେବା ସହ ତାଗିଦ କରି ଜାମିନ ପ୍ରଦାନ କରିଥିଲେ ।

ଏହା ବି ପଢନ୍ତୁ...ଦୁଇ ଦିନ ତଳେ ପାଇଥିଲେ ଜାମିନ, ପୁଣି ଗିରଫ ହେଲେ ବିଜେପି ବିଧାୟକ ରାଜା ସିଂ

ଜାମିନ ପାଇବା ପରେ ବିଧାୟକ ରାଜା ସିଂହ ଖୁସି ମନାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ପୁଣି ଗତକାଲି (ଗୁରୁବାର) ତାଙ୍କୁ ଗିରଫ କରାଯାଇଥିଲା । ଦାବି ପୂରଣ ହୋଇଥିବାରୁ ଶାନ୍ତିପୂର୍ଣ୍ଣ ଶୁକ୍ରବାର ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି AIMIM ନେତା ଅସଦ୍ଦୁଦ୍ଦିନ ଓୱେସି ।

Last Updated : Aug 26, 2022, 4:39 PM IST

ABOUT THE AUTHOR

...view details