ନୂଆଦିଲ୍ଲୀ:ଦେଶରେ ଦୁଇ କୋଟି ଛୁଇଁଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, ୧୫ରୁ ୧୮ ବର୍ଷ ବର୍ଗର କିଶୋରମାନେ ବହୁ ସଂଖ୍ୟାରେ ଟୀକାକରଣ ଅଭିଯାନରେ ସାମିଲ ହେଉଛନ୍ତି । ଦେଶରେ ଏବେ କିଶୋରଙ୍କ ଟୀକାକରଣ ଦୁଇ କୋଟି ଅତିକ୍ରମ କରିଛି ।
Vaccination Drive: କିଶୋର ଟୀକାକରଣ ଦେଶରେ 2 କୋଟି ପାର୍ - ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ
ଦେଶରେ ଦୁଇ କୋଟି ଛୁଇଁଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ଜଣାଇଛନ୍ତି । ଅଧିକ ପଢନ୍ତୁ
ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବର୍ଗର ୭୦ ପ୍ରତିଶତରୁ ଅଧିକ କିଶୋର କୋରୋନା ଟିକା ନେଇଛନ୍ତି । ସୂଚନା ଅନୁଯାୟୀ, ଜାନୁଆରୀ ୩ରୁ ଦେଶରେ ଆରମ୍ଭ ହୋଇଥିଲା ୧୫ରୁ ୧୮ବର୍ଷ କିଶୋରଙ୍କ ଟୀକାକରଣ । ଗତବର୍ଷ ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।
ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଗତ ଅପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର । ଏହାପରେ ଜାନୁଆରୀ ୩, ୨୦୨୨ରେ ଆରମ୍ଭ ହୋଇଥିଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ ।