ଓଡିଶା

odisha

ETV Bharat / bharat

Vaccination Drive: ଦେଶରେ ୧ କୋଟି ପାର୍‌ କଲା କିଶୋରଙ୍କ ଟୀକାକରଣ - youngsters vaccination cross one crore

ଦେଶରେ ଏକ କୋଟି ଛୁଇଁଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ଜଣାଇଛନ୍ତି । ଅଧିକ ପଢନ୍ତୁ

Covid Vaccination in India: ଦେଶରେ ୧କୋଟି ଅତିକ୍ରମ କଲା କିଶୋରଙ୍କ ଟୀକାକରଣ
Covid Vaccination in India: ଦେଶରେ ୧କୋଟି ଅତିକ୍ରମ କଲା କିଶୋରଙ୍କ ଟୀକାକରଣ

By

Published : Feb 10, 2022, 10:57 AM IST

ନୂଆଦିଲ୍ଲୀ:ଦେଶରେ ଏକ କୋଟି ଛୁଇଁଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, ଦେଶରେ ଏବେ କିଶୋରଙ୍କ ଟୀକାକରଣ ଏକ କୋଟି ଅତିକ୍ରମ କରିଛି । ଯାହା ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ସେହିପରି ଗତକାଲି ଦେଶରେ ୫୩ଲକ୍ଷ ୬୧ ହଜାର ଡୋଜ ଟିକା ଦିଆଯାଇଥିବା ବେଳେ ମୋଟ ଟୀକାକରଣ ୧୭୦.୮୭ କୋଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ଜାନୁଆରୀ ୩ରୁ ଦେଶରେ ଆରମ୍ଭ ହୋଇଥିଲା ୧୫ରୁ ୧୮ବର୍ଷ କିଶୋରଙ୍କ ଟୀକାକରଣ । ଗତବର୍ଷ ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ।

ଏହାପରେ ଗତ ଅପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର । ଏହାପରେ ଜାନୁଆରୀ ୩ , ୨୦୨୨ରେ ଆରମ୍ଭ ହୋଇଥିଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ ।

@ANI

ABOUT THE AUTHOR

...view details