ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋଭିଡ ବିରୋଧି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଦେଶରେ ୮୦ କୋଟି ଟପିଲା ଟୀକାକରଣ । ଗୋଟିଏ ଦିନରେ 85.2 ଲକ୍ଷ ଟିକା ହିତାଧିକାରୀଙ୍କୁ ଦିଆଯାଇଛି । ଏନେଇ କୋଓ୍ବିନ(CoWIN ) ପୋର୍ଟାଲ ତଥ୍ୟରୁ ଜଣାପଡିଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ ଶୁକ୍ରବାର ଦିନ ଦେଶରେ 2.5 କୋଟିର ଟୀକାକରଣ ହୋଇଥିଲା ।
ତେବେ ଏପର୍ଯ୍ୟନ୍ତ 80 କୋଟି 33 ଲକ୍ଷ 75 ହଜାର 147 ଟୀକାକରଣ ଦେଶରେ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।