ନୂଆଦିଲ୍ଲୀ:ବର୍ଷ ୨୦୨୧-୨୨ ମଧ୍ୟରେ ଭାରତରୁ ବିପୁଳ ମାତ୍ରାରେ ସୁନା ଚାଲାଣ ହୋଇଛି । ରିପୋର୍ଟ ଅନୁସାରେ ଏହି ବର୍ଷ ମଧ୍ୟରେ ୮୩୩ କେଜି ଓଜନ ବିଶିଷ୍ଟ ୪୦୫ କୋଟି ଟଙ୍କାର ସୁନା ଚାଲାଣ ହୋଇଥିବା ଜଣାପଡ଼ିଛି (Gold smuggling worth Rs 405 crore in 2021-22) । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଡିଆରଆଇ ରିପୋର୍ଟ (DRI report released) ମାଧ୍ୟମରେ ସୂଚନା ଦେଇଛନ୍ତି ।
ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (DRI) ରିପୋର୍ଟ ଅନୁସାରେ କୋଭିଡ ମହାମାରୀ କଟକଣା ହଟିବା ପରେ ସୁନା ଚୋରା ଚାଲାଣ ମଧ୍ୟ ବୃଦ୍ଧି ପାଇଛି । ୨୦୨୧ ଓ ୨୦୨୨ ମଧ୍ୟରେ ୮୩୩ କିଲୋଗ୍ରାମର ସୁନା ଚାଲାଣ ହୋଇଛି । ଏହି ଚୋରାଚାଲାଣ ମିଆଁମାରରୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୧୯-୨୦ ରିପୋର୍ଟ ଅନୁସାରେ ମଧ୍ୟ ପୂର୍ବାଞ୍ଚଳ ଦେଶରୁ ଅଧିକ ମାତ୍ରାରେ ସୁନା ଚୋରା ଚାଲାଣ ହୋଇଥିଲା । କୋରିଅର ମାଧ୍ୟମରେ ସୁନା ଚୋରା ଚାଲାଣ ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି ।