ଓଡିଶା

odisha

ETV Bharat / bharat

Vaccination: ଦେଶରେ ୮୨ କୋଟି ପାର କଲା ଟୀକାକରଣ - କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

କୋଭିଡକୁ ମାତ୍ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । ଦେଶରେ ଏପର୍ଯ୍ୟନ୍ତ 82 କୋଟି 57 ଲକ୍ଷ 80 ହଜାର 128 ଭ୍ୟାକସିନେସନ ହୋଇଛି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଅଧିକ ପଢନ୍ତୁ...

Vaccination ; ଦେଶରେ ୮୨ କୋଟି ପାର କଲା ଟୀକାକରଣ
Vaccination ; ଦେଶରେ ୮୨ କୋଟି ପାର କଲା ଟୀକାକରଣ

By

Published : Sep 22, 2021, 7:06 AM IST

ନୂଆଦିଲ୍ଲୀ:କୋଭିଡକୁ ମାତ୍ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । ଏନେଇ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ଦେଶରେ ଟୀକାକରଣ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ମଙ୍ଗଳବାର ଦିନ ଦେଶରେ 68 ଲକ୍ଷ 26 ହଜାର 132 ଟୀକା ହିତାଧିକାରୀଙ୍କୁ ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । ଦେଶରେ ଏପର୍ଯ୍ୟନ୍ତ 82 କୋଟି 57 ଲକ୍ଷ 80 ହଜାର 128 ଭ୍ୟାକସିନେସନ ହୋଇଛି ।

ଗତ 24 ଘଣ୍ଟା ମଧ୍ୟରେ(ମଙ୍ଗଳବାର) ଦେଶରେ ଦିନ 26 ହଜାର 115 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ 252 ଜଣଙ୍କ ଜୀବନ ନେଇଛି ମହାମାରୀ । ତେବେ ମୋଟ ପଜିଟିଭଙ୍କ ସଂଖ୍ୟା 3କୋଟି 35 ଲକ୍ଷ 4 ହଜାର 534କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା 4 ଲକ୍ଷ 45 ହଜାପ 385ରେ ପହଞ୍ଚିଛି। ସକ୍ରିୟ ମାମଲା 3,09,575 ରହିଛି । ଯାହାକି 184 ଦିନ ମଧ୍ୟରେ ସର୍ବନିମ୍ନ । ବର୍ତ୍ତମାନ ସଂକ୍ରମଣର 0.92 ପ୍ରତିଶତ ରହିଛି । ଯାହା ମାର୍ଚ୍ଚ 2020 ପରଠାରୁ ଏହା ସର୍ବନିମ୍ନ ବୋଲି କୁହାଯାଇପାରିବ । ଗତ 24 ଘଣ୍ଟା ମଧ୍ୟରେ 34 ହଜାର 469 ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ 16 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ ଟୀକାକରଣ ଡ୍ରାଇଭ୍ର ପ୍ରଥମ ପର୍ଯ୍ୟାୟକୁ ଆରମ୍ଭ କରିଥିଲେ। ସେବେ ଠାରୁ ଦେଶରେ ଟୀକାକରଣ ପ୍ରକ୍ରିୟା ଦେଶରେ ଜୋରାଦାର ହେଉଛି । ପରେ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ ।

@ANI

ABOUT THE AUTHOR

...view details