ନୂଆଦିଲ୍ଲୀ:ମହାମାରୀ ବିରୋଧରେ ଜାରି ରହିଛି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏବେ ଦେଶରେ ଟୀକାକରଣ 67.75 କୋଟି ଅତିକ୍ରମ କରିଛି । ଏହାରି ମଧ୍ୟରେ ଟୀକାକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଶୁକ୍ରବାର ଦିନ 51 ଲକ୍ଷ 88 ହଜାର 894 କୋରୋନା ଡୋଜ ଦିଆଯାଇଛି ।
Vaccination; 67.75 କୋଟି ଅତିକ୍ରମ କଲା ଟୀକାକରଣ - କୋରୋନା
ମହାମାରୀ ବିରୋଧରେ ଜାରି ରହିଛି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏବେ ଦେଶରେ ଟୀକାକରଣ 67.75 କୋଟି ଅତିକ୍ରମ କରିଛି । ଅଧିକ ପଢନ୍ତୁ...
Vaccination; 67.75 କୋଟି ଅତିକ୍ରମ କଲା ଟୀକାକରଣ
ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ 26 କୋଟି 66 ଲକ୍ଷ 3 ହଜାର 686 ଯୁବପିଢିଙ୍କୁ ଅର୍ଥାତ ୧୮- ୪୪ ବର୍ଷ ବୟସ୍କଙ୍କୁ ପ୍ରଥମ ଡୋଜ ଦିଆସରିଛି । 3 କୋଟି 20 ଲକ୍ଷ 41 ହଜାର 597 ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି । ସଂକ୍ରମଣକୁ ହଟାଇବା ସହ ଦେଶର ଅର୍ଥନୈତିକ କ୍ଷେତ୍ରରେ ପଛୁଆ ଗୋଷ୍ଠୀକୁ ମହାମାରୀ କବଳରୁ ରକ୍ଷା କରିବା ପାଇଁ ଟୀକାକରଣକୁ ଜୋରଦାର କରାଯାଉଛି । ନିୟମିତ ଭାବରେ ଟୀକାକରଣକୁ ସମୀକ୍ଷା ଏବଂ ତଦାରଖ କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି ।