ଗୌହାଟୀ:ଆସାମରେ ପ୍ରକୃତିର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ଚାରିଆଡ ଜଳାର୍ଣ୍ଣବ । ଜୁଆଡେ ଚାହିଁବ ଖାଲି ପାଣି ହିଁ ପାଣି । ଘରଦ୍ବାର, ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଛି । ରାଜ୍ୟରେ ବ୍ରହ୍ମପୁତ୍ର, ବାରକ(Barak )ଓ ଅନ୍ୟ କେତେକ ଉପନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
Assam Flood Update:ବନ୍ୟାରେ ଭାସୁଛି ଆସାମ,ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ରାଜ୍ୟରେ ବନ୍ୟା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ASDMA (Assam State Disaster Management Authority) ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ ୨୬ ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାୟ 1413ଟି ଗାଁ ବନ୍ୟା ପାଣିରେ ବୁଡି ରହିଛି । ରାଜ୍ୟରେ 6.62 ଲକ୍ଷ ଲୋକେ ଭୟଙ୍କର ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।
Assam Flood Update:ବନ୍ୟାରେ ଭାସୁଛି ଆସାମ,ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ନାଗାଓଁ(Nagaon district)ଜିଲ୍ଲାର 2.8ଲକ୍ଷ ଲୋକେ, ଚାଚର(Cachar)ରେ 1.19 ଲକ୍ଷ ଏବଂ ହୋଜାଇ ଜିଲ୍ଲା(Hojai district)ର 1.07 ଲକ୍ଷ ଲୋକେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । 248 ରିଲିଫ କ୍ୟାମ୍ପକୁ ମୋଟ 48304 ଲୋକେ ଆଶ୍ରୟ ନେଇଛନ୍ତି । ତେବେ ଏବେ ସୁଧା ମୋଟ ବନ୍ୟା ଓ ଭୂସ୍ଖଳନରେ ରାଜ୍ୟରେ 9 ଜଣ ପ୍ରାଣ ହରାଇଛନ୍ତି ।
ଚାଚର ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ବନ୍ୟା ସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜିଲ୍ଲାର ସ୍କୁଲ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଛୋଟ ଯାନ ପରିବହନ ଉପରେ ମଧ୍ୟ କଟକଣା ଜାରି କରିଛି ପ୍ରଶାସନ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ