ଶ୍ରୀନଗର:ଜାରି ରହିଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଦୁଇ ବର୍ଷ କୋଭିଡ କାରଣରୁ ବନ୍ଦ ରହିବା ପରେ ଯାତ୍ରା ହେଉଥିବାରୁୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି । ପଞ୍ଜୀକରଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା 6,351 ଶ୍ରଦ୍ଧାଳୁ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଏହି ଯାତ୍ରୀମାନେ ଜମ୍ମୁ ବେସ କ୍ୟାମ୍ପରୁ ବାବା ଅମରନାଥଙ୍କ ଗୁମ୍ଫା ସ୍ଥଳକୁ ଯାତ୍ରା କରି ଦର୍ଶନ ପରେ ଫେରିଛନ୍ତି । ଗତମାସ ଜୁନ 30ରେ ଆରମ୍ଭ ହୋଇଥିବା ଯାତ୍ରା ସୁରୁଖୁରୁରେ ଜାରି ରହିଛି ।
ଯାତ୍ରା ପ୍ରଥମ ଦିନରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ଚଳିତ ବର୍ଷର ପ୍ରଥମ ବ୍ୟାଚରେ 6,351 ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ । ଯାତ୍ରା ପାଇଁ ଦୁଇଟି ମାର୍ଗ ନିର୍ଦ୍ଧାରିତ କରାଯାଇଥିଲା। ଦୁଇ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବାବା ଅମରନାଥ ଗୁମ୍ଫାର ଦୂରତା ବେସକ୍ୟାମ୍ପରୁ 14 କିମି ଦୂରରେ ରହିଛି । ସମୁଦ୍ର ପତନ ଠାରୁ 3,888 ମିଟର ଉଚ୍ଚତାରେ ରହିଛି । ତେବେ ଯାତ୍ରାରେ ସାମିଲ ହେଉଥିବା ଶ୍ରଦ୍ଧାଳୁ ଗୋଟିଏ ଦିନରେ ବାବାଙ୍କ ଦର୍ଶନ କରି ବେସ କ୍ୟାମ୍ପକୁ ଫେରିବାକୁ ବ୍ୟବସ୍ଥା କରାଯାଇଛି ।