ଓଡିଶା

odisha

By

Published : Mar 20, 2022, 10:39 AM IST

Updated : Mar 20, 2022, 12:22 PM IST

ETV Bharat / bharat

ଭୁଶୁଡିଲା ଫୁଟବଲ୍ ଷ୍ଟାଡିୟମ ଗ୍ୟାଲେରୀ, ୨୦୦ ଆହତ

ଫୁଟବଲ ଖେଳ ଚାଲିଥିବା ସମୟରେ ଭୁଶୁଡିଲା ଷ୍ଟାଡିୟମ ଗ୍ୟାଲେରୀ । ପାଖାପାଖି ୨୦୦ ଦର୍ଶକ ଆହତ । ଅଧିକ ପଢନ୍ତୁ

ଭୁଶୁଡିଲା ଫୁଟବଲ୍ ଷ୍ଟାଡିୟମ ଗ୍ୟାଲେରୀ, ୬୦ରୁ ଅଧିକ ଆହତ
ଭୁଶୁଡିଲା ଫୁଟବଲ୍ ଷ୍ଟାଡିୟମ ଗ୍ୟାଲେରୀ, ୬୦ରୁ ଅଧିକ ଆହତ

ଥିରୁଅନନ୍ତପୁରମ: ଫୁଟବଲ ଖେଳ ଚାଲିଥିବା ସମୟରେ ଭୁଶୁଡିଲା ଷ୍ଟାଡିୟମ ଗ୍ୟାଲେରୀ । ଶନିବାର ଉତ୍ତର କେରଳ ଜିଲ୍ଲାର ୱାଣ୍ଡୋର(Wandoor ) ଅଞ୍ଚଳରେ ଏହି ଅଘଟଣ ଘଟିଛି(Makeshift Gallery Collapses In Kerala) । ଦୁର୍ଘଟଣାରେ ପାଖାପାଖି ୨୦୦ ଦର୍ଶକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ପୋଲିସ ସୂଚନା ଦେଇଛି ।

ଭୁଶୁଡିଲା ଫୁଟବଲ୍ ଷ୍ଟାଡିୟମ ଗ୍ୟାଲେରୀ, ୨୦୦ ଆହତ

ପୋଲିସର କହିବାନୁଯାୟୀ, ୱାଣ୍ଡୋର ଓ କଲିକାବୁ(Kalikavu) ନିକଟ ଗ୍ରାମରେ ଏକ ଫୁଟବଲ ଷ୍ଟାଡିୟମରେ ଖେଳ ଚାଲିଥିଲା । ଏଠାରେ ୭ଟି ମ୍ୟାଚ୍ ଖେଳା ଯାଉଥିଲା । ରାତି ପ୍ରାୟ ୯ଟା ସମୟରେ ଦୁଇ ଲୋକାଲ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିୟମରେ ଅସ୍ଥାୟୀ ଭାବେ ନିର୍ମିତ ଗ୍ୟାଲେରିଟି ହଠାତ୍ ଭୁଷୁଡି ଯାଇଥିଲା । ଫଳରେ ଗ୍ୟାଲେରୀରେ ବସି ମ୍ୟାଚ ଦେଖୁଥିବା ଦର୍ଶକଙ୍କ ମଧ୍ୟରୁ ପାଖାପାଖି ୨୦୦ ଜଣ ଆହତ ହୋଇଥିଲେ । ଏହି ଷ୍ଟାଡିୟମରେ ୨୦୦୦ ଅଧିକ ଦର୍ଶକ ବସିବା ଭଳି ଗ୍ୟାଲେରୀ ନିର୍ମାଣ ହୋଇଥିଲା ।

@ANI

Last Updated : Mar 20, 2022, 12:22 PM IST

ABOUT THE AUTHOR

...view details