ଓଡିଶା

odisha

ETV Bharat / bharat

ଜାମ୍ମୁ କାଶ୍ମୀର ପୋଲିସ ଚୟନ ପ୍ରକ୍ରିୟା, ଭାଗ ନେଲେ 400ରୁ ଊର୍ଦ୍ଧ୍ବ ମହିଳା - Over 400 girls take part

ଜାମ୍ମୁ କାଶ୍ମୀର ସୀମା କାଠୁଆରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର ପୋଲିସ ଅଧିକାରୀ ପଦ ପାଇଁ ଭାଗ ନେଲେ 400ରୁ ଅଧିକ ଯୁବତୀ । ଅଧିକ ପଢନ୍ତୁ...

400ରୁ ଅଧିକ ବାଳିକା ନେଲେ ଭାଗ
400ରୁ ଅଧିକ ବାଳିକା ନେଲେ ଭାଗ

By

Published : Feb 21, 2021, 2:00 PM IST

ଶ୍ରୀନଗର: ଜାମ୍ମୁ କାଶ୍ମୀର ସୀମା କାଠୁଆରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର ପୋଲିସ ଅଧିକାରୀ ପଦବୀ ପାଇଁ ହୋଇଥିବା ଚୟନ ପ୍ରକ୍ରିୟାରେ 4ଶହରୁ ଅଧିକ ଯୁବତୀ ଅଶଂ ଗ୍ରହଣ କରିଛନ୍ତି । ଏହି ଚୟନ ପ୍ରକ୍ରିୟା ଫେବ୍ରୁଆରୀ 15ରୁ ଆରମ୍ଭ ହୋଇଛି ବୋଲି କହିଛନ୍ତି ଅତିରିକ୍ତ ପୋଲିସ ଅଧିକାରୀ ରମନିଷ ଗୁପ୍ତା ।

ଶନିବାର ଏହି ଚୟନ ପ୍ରକ୍ରିୟାର ଶେଷ ଦିନ ଥିଲା । ଏହି ପୋଲିସ ଅଧିକାରୀ ଚୟନ ପ୍ରକ୍ରିୟାରେ କେବେଳ ମହିଳା ପାର୍ଥୀ ଭାଗ ନେଇଥିଲେ । ସମୁଦାୟ 415 ଜଣ ମହିଳା ପାର୍ଥୀ ଏହି ପଦ ପାଇଁ ଆବେଦନ କରିଥିଲେ । ଜମ୍ମୁ କାଶ୍ମୀର ପୋଲିସରେ ଯୋଗ ଦେବାକୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା । ସେମାନେ ଦେଶକୁ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଦୁର୍ନୀତି ରୋକିବା ଦିଗରେ କାମ କରିବେ ବୋଲି କହିଛନ୍ତି ଜଣେ ଅଶଂଗ୍ରହଣକାରୀ ଡିମ୍ପି ଶର୍ମା । ସେ ଆହୁରି କହିଛନ୍ତି ମୁଁ ମୋ ଦେଶ ପାଇଁ କିଛି କରିବାକୁ ଚାହୁଁଛି । ଦେଶରେ ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଓ ଦୁର୍ନୀତିକୁ ରୋକିବା ଦିଗରେ କାମ କରିବି ।

ଅନ୍ୟ ଜଣେ ଅଶଂଗ୍ରହଣକାରୀ ପରବିନ କହିଛନ୍ତି, ମୁଁ ପୋଲିସ ବାହିନୀରେ ଯୋଗଦେବାକୁ ଚାହୁଁଥିଲି । ଏହା ଏକ ଭଲ ସୁଯୋଗ । ମୁଁ ମୋ ଦେଶକୁ ସୁରକ୍ଷା ଦେବାକୁ ଚାହେଁ ।

@ANI

ABOUT THE AUTHOR

...view details