ଓଡିଶା

odisha

By

Published : Jul 4, 2021, 8:29 AM IST

ETV Bharat / bharat

ଭାରତରେ 35 କୋଟିରୁ ଉର୍ଦ୍ଧ୍ବ ଟୀକାକରଣ ସରିଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 35 କୋଟିରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆସରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

Over 35 crore Covid vaccine doses administered in India: Health Ministry
35 କୋଟିରୁ ଅଧିକ ହୋଇଛି ଟୀକାକରଣ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 35 କୋଟିରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆସରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଟୀକାକରଣର ନୂତନ ପର୍ଯ୍ୟାୟ ଜୁନ୍ 21ରୁ ଆରମ୍ଭ ହୋଇଛି । ଶନିବାର ଦିନ ଦେଶରେ 57.36 ଲକ୍ଷରୁ ଅଧିକ ଟିକା ଦିଆସରିଥିବା ରିପୋର୍ଟ ମିଳିଛି ।

ମନ୍ତ୍ରଣାଳୟ କହିଛି ଯେ, ଶନିବାର ଦିନ 18-44 ବର୍ଷ ବର୍ଗରେ 28,33,691 ପ୍ରଥମ ଟିକା ଡୋଜ ଏବଂ 3 ଲକ୍ଷ 29 ହଜାର 889 ଦ୍ବିତୀୟ ଡୋଜ ଦିଆସରିଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବୟସ ବର୍ଗର 99କୋଟି 43 ଲକ୍ଷ 48 ହଜାର 62 ଲୋକେ ସେମାନଙ୍କର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି । 27 ଲକ୍ଷ 12 ହଜାର 794 ଜଣ ସେମାନଙ୍କର ଦ୍ବିତୀୟ ଡୋଜ ନେଇଛନ୍ତି ।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ବିହାର, ଗୁଜୁରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ 18-44 ବର୍ଷ ବୟସ୍କର ଲୋକେ 50 ଲକ୍ଷରୁ ଅଧିକ ପ୍ରଥମ ଡୋଜ ନେଇସାରିଛନ୍ତି। ଏହାସହ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଦିଲ୍ଲୀ, ହରିୟାଣା, ଝାଡଖଣ୍ଡ, କେରଳ ଓ ତେଲେଙ୍ଗାନା ଭଳି ରାଜ୍ୟ ମାନେ 50 ଲକ୍ଷରୁ କମ ପରିମାଣର ଟିକାକରଣ କରିଛନ୍ତି । ହିମାଚଳ ପ୍ରଦେଶ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ କୋରୋନା ପ୍ରଥମ ଡୋଜ 10 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି ।

ABOUT THE AUTHOR

...view details