ଓଡିଶା

odisha

ETV Bharat / bharat

Educational qualification of MLAs: ଆପ୍‌ର ୩୩% ବିଧାୟକ ଦ୍ବାଦଶ ପାସ୍‌ - ଆପ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଟାର୍ଗେଟ କରିଆସୁଥିବା ମଧ୍ୟରେ ପ୍ରକାଶ ପାଇଲା ଆପ୍‌ ବିଧାୟକ, ନେତାଙ୍କ ଶିକ୍ଷାଗତ ଯୋଗ୍ୟତା । ଜଣେ ଆପ୍‌ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ ଥିବା ନେଇ ମିଳିଲା ସୂଚନା । ଅଧିକ ପଢନ୍ତୁ

Educational qualification of MLAs
Educational qualification of MLAs

By

Published : Apr 6, 2023, 6:26 PM IST

ନୂଆଦିଲ୍ଲୀ: କିଛି ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ସମାଲୋଚନା କରିଆସୁଛନ୍ତି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାରି ମଧ୍ୟରେ ସାମ୍ନାକୁ ଆସୁଛି ଆପ୍‌ର ସମସ୍ତ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ତାଲିକା । ଏକ ଅଣସରକାରୀ ସଂସ୍ଥା ପ୍ରଜା ଫାଉଣ୍ଡେସନର ରିପୋର୍ଟରେ ଦେଶର ସମସ୍ତ ବିଧାୟକ ଓ ସାଂସଦଙ୍କ ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଆପ୍‌ର ମୋଟ ୬୨ ଜଣ ବିଧାୟକଙ୍କ ମଧ୍ୟରୁ ୨୨ଜଣ ବିଧାୟକ କେବଳ ଦ୍ବାଦଶ ପାସ୍‌ ବୋଲି ଜଣାପଡ଼ିଛି ।

ଆମ ଆଦମୀ ପାର୍ଟିର ୩୩ ପ୍ରତିଶତ ବିଧାୟକ ନନ-ଗ୍ରାଜୁଏଟ ବୋଲି ଜଣାପଡ଼ିଛି । ଏହି ତାଲିକାରେ କିଛି ବିଧାୟକ ଦଶମ ପାସ୍‌ କରିନଥିବା ମଧ୍ୟ ଜଣାପଡ଼ିଛି । ଆପ୍‌ ବିଧାୟକ ଅବଦୁଲ ରେହମାନ ଯିଏକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ନରେଶ ବଲ୍ୟାନ ନବନ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ଆପ୍‌ ବିଧାୟକ ନରେଶ ଅଧିକାଂଶ ବିଜେପିକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରନ୍ତି । ଅନ୍ୟପଟେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ କରିଛନ୍ତି ।

ଏହା ବି ପଢନ୍ତୁ-ପୁଣି କେଜ୍ରିଓ୍ବାଲଙ୍କ ନିଶାଣା, କହିଲେ ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଜରୁରୀ

ଅନ୍ୟପଟେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମ୍ବାଦିକତାରେ ଡିପ୍ଲୋମା କରିଥିବା ବେଳେ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ ସ୍ଥାପତ୍ୟ କଳା (Architecture)ରେ ସ୍ନାତକ ହାସଲ କରିଛନ୍ତି । ସେହିପରି ଆପ୍‌ ମନ୍ତ୍ରୀ ଗୋପାଲ ରାଏ ସୋସିଓଲୋଜିରେ ସ୍ନାତକୋତ୍ତର ହାସଲ କରିଥିବା ବେଳେ କୈଳାଶ ଗେହଲଟଙ୍କ ନିକଟରେ ରହିଛି ଏଲଏଲଏମ ଡିଗ୍ରୀ । ଆପ ମନ୍ତ୍ରୀ ଅତିଶି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ବେଳେ ସୌରଭ ଭରଦ୍ବାଜଙ୍କ ନିକଟରେ ରହିଛି ବି.ଟେକ ଡିଗ୍ରୀ ।

ଏହା ବି ପଢନ୍ତୁ- PM Modi's degree Case: ଆବେଦନ ଖାରଜ, କେଜ୍ରିୱାଲଙ୍କୁ ୨୫ ହଜାର ଜରିମାନା

ଦିଲ୍ଲୀ ବିଧାନସଭାରେ ରହିଥିବା ୮ଜଣ ବିଜେପି ବିଧାୟକଙ୍କ ମଧ୍ୟରେ କେବଳ ମୋହନ ସିଂ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ଅନ୍ୟମାନେ ଗ୍ରାଜୁଏସନ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସୂଚନା ଥାଉ କି କେଜ୍ରିୱାଲ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଟାର୍ଗେଟ କରିଆସୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷିତ ହେବା ସହିତ ତାଙ୍କର ଶିକ୍ଷାଗତ ସାର୍ଟିଫିକେଟକୁ ସାର୍ବଜନୀନ କରନ୍ତୁ ବୋଲି ସେ ଦାବି କରିଆସୁଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଶିକ୍ଷିତ ବୋଲି କେଜ୍ରିୱାଲ ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟର ତଥ୍ୟ ମାଗିଥିବାରୁ କେଜ୍ରିୱାଲଙ୍କୁ ୨୫ହଜାର ଜୋରିମାନା ଭରିବାକୁ ଗୁଜୁରାଟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details