ନୂଆଦିଲ୍ଲୀ:26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମୁଦ୍ର ସୀମାର ନିରାପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଉପକୂଳରେ 300ରୁ ଅଧିକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅଭ୍ୟାସ (security exercises) କରିଛି ଭାରତୀୟ ତଟରକ୍ଷୀ ବାହିନୀ (Indian coast guard-ICG)।
୨୦୧୧ ରେ ସମୁଦ୍ର ପଥ ଦେଇ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ପ୍ରବେଶ କରିବା ସହ ତାଜ ହୋଟେଲ ସମେତ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ ୨୦ ସୁରକ୍ଷାକର୍ମୀ, 26 ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୧୭୪ ଜଣ ପ୍ରାଣ ହରାଇଥିବାବେଳେ 300ର ଉର୍ଦ୍ଧ୍ବ ସାଧାରଣ ଲୋକ ଆହତ ମଧ୍ୟ ହୋଇଥିଲେ ।
ତେବେ ଏପରି ଏକ ଭୟଙ୍କର ଆକ୍ରମଣ ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଥିଲା । ଘଟଣା ପରେ ଭାରତୀୟ ଜଳ ସୀମା ସୁରକ୍ଷା ଦାୟିତ୍ବରେ ଥିବା ତଟରକ୍ଷୀ ବାହିନୀ (Indian coast guard ) ଉପକୂଳରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଅଭ୍ୟାସ କରିଛି । ଏହି ଅଭ୍ୟାସ ଗୁଡିକ ଉପକୂଳବର୍ତ୍ତୀ ରାଜ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗ ଓ ସମନ୍ବୟରେ କରାଯାଇଥିଲା । ଏହି ଅଭ୍ୟାସ ପ୍ରତି ୬ ମାସ ବ୍ୟବଧାନରେ ନିୟମିତ କରିଆସୁଛି କୋଷ୍ଟଗାର୍ଡ । ଫଳରେ ଜଳସୀମା ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ପ୍ରଶିକ୍ଷିତ ହେବା ସହ ସେମାନଙ୍କର ଦକ୍ଷତା ବିକାଶ ହୋଇପାରିବ ବୋଲି କହିଛି ତଟରକ୍ଷୀ ବାହିନୀ ।