ଓଡିଶା

odisha

ଆତଙ୍କବାଦୀ ସନ୍ଦେହରେ ୩୦ ରୁ ଊର୍ଦ୍ଧ୍ବଙ୍କୁ ଜାଳିଦେଲା ସେନା

By

Published : Dec 27, 2021, 9:24 AM IST

ଆତଙ୍କବାଦୀ ସନ୍ଦେହରେ ୩୦ରୁ ଊର୍ଦ୍ଧ୍ବଙ୍କୁ ହତ୍ୟା କଲା ସେନା । ବୃଦ୍ଧ, ମହିଳା ଓ ପିଲାଙ୍କୁ ଘେରି ଗୁଳିବର୍ଷା କରି ହତ୍ୟା ପରେ ମୃତଦେହକୁ ମଧ୍ୟ ଜାଳିଦେଇଥିବା ଜଣାପଡ଼ିଛି । ମିଆଁମାରରେ ସେନା ବାହିନୀର ଏହି ବର୍ବରତା ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ

over 30 killed, bodies burnt in myanmar
ଆତଙ୍କବାଦୀ ସନ୍ଦେହରେ ୩୦ ଜଣଙ୍କୁ ମାରି ଜାଳିଦେଲେ ସେନା

ମିଆଁମାର: ଆତଙ୍କବାଦୀ ସନ୍ଦେହରେ ୩୦ ରୁ ଊର୍ଦ୍ଧ୍ବଙ୍କୁ ହତ୍ୟା କଲା ସେନା । ସେମାନଙ୍କୁ ହତ୍ୟା କରି ମୃତଦେହ ମଧ୍ୟ ଜାଳିଦେଇଥିବା ଜଣାପଡ଼ିଛି । ମିଆଁମାରରେ ସେନା ବାହିନୀର ଏହି ବର୍ବରତା ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି ।

କାୟା ରାଜ୍ୟରେ ମୋ ସୋ ଗ୍ରାମରେ ମିଆଁମାର ସେନାଙ୍କ ଦ୍ବାରା କରାଯାଇଥିବା ବର୍ବର କାଣ୍ଡ ସାରା ସାରା ଦେଶରେ ଭୟ ସୃଷ୍ଟି କରିଛି । ମାନବାଧିକାର ସଙ୍ଗଠନ ଓ ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଦିନ ହରସ୍ରୋ ସହରର ମୋ ସୋ ଗ୍ରାମ ନିକଟରେ ମିଆଁମାର ସେନା ଭୟ ସୃଷ୍ଟି କରିଥିଲା । ପାଖାପାଖି ୫୦ ଜଣ ବୃଦ୍ଧ, ମହିଳା ଓ ପିଲାଙ୍କୁ ଘେରି ଅତି ହିଂସାତ୍ମକ ଭାବେ ଗୁଳି ବର୍ଷା କରିଥିଲା ସେନା । ସେମାନଙ୍କ ମଧ୍ୟରୁ ୩୦ରୁ ଊର୍ଦ୍ଧ୍ବଙ୍କୁ ହତ୍ୟା କରି ନିକଟସ୍ଥ ଏକ ଖୋଲା ସ୍ଥାନରେ ପୋଡ଼ି ଦେଇଥିବା କହିଛନ୍ତି ମାନବ ଅଧିକାର ସଂଗଠନ । ଆତଙ୍କବାଦୀ ସନ୍ଦେହରେ ନିରୀହଙ୍କୁ ଏଭଳି ନିର୍ଦ୍ଦୟ ଭାବେ ହତ୍ୟା କରିବା ଘଟଣାକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ମାନବ ଅଧିକାର ସଂଗଠନ କହିଛନ୍ତି ।

ତେବେ ସେନା ଯେଉଁମାନଙ୍କୁ ଆତଙ୍କବାଦୀ ଦର୍ଶାଇ ହତ୍ୟା କରିଛନ୍ତି ସେମାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସାଧାରଣ ଲୋକେ ସେନାର ବାରଣ ନ ମାନି ନିଜ ଗାଡ଼ିରେ ଆଗକୁ ବଢ଼ିଥିଲେ । ଯାହା ଫଳରେ ମିଆଁମାର ସେନା ଏଭଳି ହିଂସାକାଣ୍ଡ ଭିଆଇଛନ୍ତି । ଗୁଳି କରି ହତ୍ୟା ପରେ ଅଧିକାଂଶ ମୃତଦେହକୁ ସେମାନେ ଟ୍ରକ୍‌ ଡାଲାରେ ହିଁ ପୋଡ଼ା ଦେଇଥିବା ଜଣାପଡ଼ିଛି। ଘଟଣାରେ ସ୍ଥାନୀୟ ଲୋକେ କେତେକ ମୃତଦେହ ଉଦ୍ଧାର କରିବା ପରେ ସେନା ବିରୁଦ୍ଧରେ ତୀବ୍ର ଉତ୍ତେଜନା ସ୍ଥିତି ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details