ନୂଆଦିଲ୍ଲୀ: ଆସନ୍ତା କାଲିଠୁ ଦେଶରେ ଆରମ୍ଭ ହେବ ୧୫ରୁ ୧୮ ବର୍ଷ କିଶୋର କିଶୋରୀଙ୍କ ଟୀକାକରଣ । ଏନେଇ ଗତକାଲିଠାରୁ CoWIN ପୋର୍ଟାଲରେ ଆରମ୍ଭ ହୋଇଥିଲା ପଞ୍ଜିକରଣ । ପ୍ରଥମ ଦିନରେ ୩.୫ଲକ୍ଷରୁ ଅଧିକ କିଶୋର-କିଶୋରୀ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । CoWIN ଡାସବୋର୍ଡରେ ୩ଲକ୍ଷ ୫୭ ହଜାର ୯୮୪ଜଣ ପିଲା ରାତି ୯ଟା ୩୦ ପର୍ଯ୍ୟନ୍ତ ପଞ୍ଜିକରଣ କରିଥିବା ଦର୍ଶାଯାଇଛି ।
CHILD VACCINATION: ଦିନକରେ ପଞ୍ଜିକରଣ କଲେ ୩.୫ଲକ୍ଷ କିଶୋର-କିଶୋରୀ - ଦେଶରେ କୋରୋନା ଟୀକାକରଣ
୧୫ରୁ ୧୮ ବର୍ଷ କିଶୋର କିଶୋରୀଙ୍କ ଟୀକାକରଣ ପାଇଁ CoWIN ପୋର୍ଟାଲରେ ପ୍ରଥମ ଦିନରେ ପଞ୍ଜିକରଣ କଲେ ୩.୫ଲକ୍ଷରୁ ଅଧିକ । ଅଧିକ ପଢନ୍ତୁ
CHILD VACCINATION: ଦିନକରେ ପଞ୍ଜିକରଣ କଲେ ୩.୫ଲକ୍ଷ କିଶୋର-କିଶୋରୀ
ସୂଚନା ଅନୁଯାୟୀ ଚଳିତ ମାସ ୨୫ ତାରିଖରେ ଦେଶକୁ ସମ୍ବୋଧିତ କରି ଜାନୁଆରୀ 3 ରୁ ଛାତ୍ରଛାତ୍ରୀ ତଥା ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟୀକାକରଣ ଘୋଷଣା କରିବା ସହ ଫ୍ରଣ୍ଟଲାଇନ ଓ୍ବାର୍କର ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଯିବା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହାର କାର୍ଯ୍ୟକାରିତା ନେଇ ଆରମ୍ଭ ହୋଇଥିଲା ପ୍ରକ୍ରିୟା ।