ନୂଆଦିଲ୍ଲୀ: ଟିକା ଉପଲବ୍ଧକୁ ନେଇ ଅନେକ ବାଦବିବାଦ ଦେଖାଯାଉଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ସୂଚନା । ଏପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ୨ କୋଟି ୮୯ ଲକ୍ଷ ୪୭ ହଜାର ୮୯୦ରୁ କୋରୋନା ଟିକା ମହଜୁଦ ରହିଛି ।
କେନ୍ଦ୍ର ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୫୬ କୋଟି ୮୧ ଲକ୍ଷ ୧୪ ହଜାର ୬୩୦ କୋଭିଡ ଡୋଜ ଦେଇଥିବା ମଧ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ଏଥି ମଧ୍ୟରୁ ମୋଟ ୫୪କୋଟି ୨୨ଲକ୍ଷ ୭୫ ହଜାର ୭୨୩ ଡୋଜ ଟିକା ବ୍ୟବହାର ହୋଇଛି ।