ଓଡିଶା

odisha

ETV Bharat / bharat

ଦେଶରେ 2.60 କୋଟିରୁ ଅଧିକ ଟିକା ମହଜୁଦ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - ଭ୍ୟାକ୍ସିନେସନ

ଦେଶରେ 2.60 କୋଟିରୁ ଅଧିକ ଟିକା ମହଜୁଦ ରହିଛି । ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଓ ଘରୋଇ ମେଡିକାଲ ଗୁଡିକରେ ଟିକା ମହଜୁଦ ରହିଛି । ଏ-ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

Over 2.60 crore unutilised Covid vaccine doses available with states, private hospitals: Govt
ଦେଶରେ 2.60 କୋଟିରୁ ଅଧିକ ଟିକା ମହଜୁଦ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

By

Published : Jul 19, 2021, 2:55 PM IST

ନୂଆଦିଲ୍ଲୀ : ଦେଶରେ 2.60 କୋଟିରୁ ଅଧିକ ଟିକା ମହଜୁଦ ରହିଛି । ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଓ ଘରୋଇ ମେଡିକାଲ ଗୁଡିକରେ ଟିକା ମହଜୁଦ ରହିଛି । ଏ-ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । 42 କୋଟି 15 ଲକ୍ଷ 43 ହଜାର 730 ଟିକା ରାଜ୍ୟ ସମତେ କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି । 39 କୋଟି 55 ଲକ୍ଷ 31 ହଜାର 378 ଡୋଜ ବ୍ୟବହାର ସହ ନଷ୍ଟ ମଧ୍ୟ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, 2 କୋଟି 60 ଲକ୍ଷ 12 ହଜାର 352 ରୁ ଅଧିକ ଟିକା ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ରହିଛି । ଦେଶରେ ଟୀକାକରଣକୁ ବ୍ୟପକ କରିବାର ଲକ୍ଷ୍ୟ ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଜୁନ ୨୧ରୁ ଦେଶରେ ନୂତନ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି ।

ଅଧିକ ଟିକା ଉପଲବ୍ଧତା, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକା ଉପଲବ୍ଧତାର ଅଗ୍ରୀମ ମହଜୁଦ ଏବଂ ଟିକା ଯୋଗାଣକୁ ଶୃଙ୍ଖଳିତ କରିବା କେନ୍ଦ୍ର ସରକାରଙ୍କ ଉଦେଶ୍ୟ ରହିଛି । ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣା ଟିକା ଦେଉଛନ୍ତି । ଦେଶରେ ଟିକା ଉତ୍ପାଦନ କରାଯାଇ ବିଭିନ୍ନ ରାଜ୍ୟକୁ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ୭୫ ପ୍ରତିଶତ ଭ୍ୟାକ୍ସିନ ଦେଶରେ ତିଆରି ହେଉଛି ।

ABOUT THE AUTHOR

...view details